Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ବର :ପ୍ରକାଶ ପାଇଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ଜିଏସଡିପି ହାର ବଢିଛି । ୨୦୧୭-୧୮ରେ ଏହା ୭.୪ ଥିବାବେଳେ  ୨୦୧୮-୧୯ରେ ୮.୪ ହୋଇଛି । ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଶିଳ୍ପ, ସେବା ଓ ଭିତ୍ତିଭୂମି କ୍ଷେତ୍ରର ଅବଦାନ ଅଧିକ । ଖଣି କ୍ଷେତ୍ରରୁ ୧୦.୮ ପ୍ରତିଶତ ଅଂଶ ରହିଛି ଭିତ୍ତିଭୂମି କ୍ଷେତ୍ରରୁ ୧୮.୫ ପ୍ରତିଶତ, ସେବା କ୍ଷେତ୍ରରୁ ୪୧.୬ ପ୍ରତିଶତ ଅବଦାନ ରହିଛି । ରାଜ୍ୟର ଜିଡିପି ହାର ଜାତୀୟ ହାରଠାରୁ ଅଧିକ । କୃଷି, ସେବା, ଶିଳ୍ପ କ୍ଷେତ୍ରରେ ସବୁଠୁ ଅଧିକ ଅଭିବୃଦ୍ଧି ହୋଇଛି । ମେକ୍ ଇନ୍ ଓଡିଶା କନକ୍ଲେଭ, ଷ୍ଟାଟ୍ ଅପ୍‌ ପଲିସି, ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ଏହାକୁ ବଳ ଦେଇଛି ।
ସେହିଭଳି ରେଲୱେ, ଜାତୀୟ ରାଜପଥ ଓ ଶକ୍ତି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଯୋଗୁଁ ଅର୍ଥନୀତିର ଅଭିବୃଦ୍ଧି ତ୍ବରାନ୍ବିତ ହୋଇଛି । ଜାତୀୟ ସ୍ତରରେ ଅଭିବୃଦ୍ଧି ପାଇଁ ଖଣି କ୍ଷେତ୍ରରୁ ୨୯.୮ ପ୍ରତିଶତ ଅବଦାନ ଥିବା ବେଳେ ରାଜ୍ୟକୁ ଏଥିରୁ ୩୯.୫ ପ୍ରତିଶତ ମିଳିଛି । ଯାହାକି ସବୁଠାରୁ ଉତ୍ସାହଜନକ । ସେହିଭଳି ସେବା କ୍ଷେତ୍ର ନିରବଚ୍ଛିନ ଭାବେ ଅଗ୍ରଗତି କରୁଛି ।

Comments are closed.