Odisha Link
Bridging the Missing Links in Odisha

ମୋଦି, ଟ୍ରମ୍ପ ଏବଂ ସିଞ୍ଜୋ ଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ଏକ ଅନୌପଚାରିକ ବୈଠକରେ ଯୋଗ ଦେଇ ମୋଦି ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ ଆହ୍ୱାନ କରିଛନ୍ତି। ଏହି ଅନୌପଚାରିକ ବୈଠକରେ ବ୍ରିକ୍ସ ଦେଶର ରାଷ୍ଟ୍ର ପ୍ରତିନିଧି ଯଥା ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍, ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ବ୍ରାଜିଲ ରାଷ୍ଟ୍ରପତି ବୋଲଶୋନାରୋ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମଫୋଶ୍ ଉପସ୍ଥିତ ଥିଲେ। ମୋଦି କହିଛନ୍ତି ଆତଙ୍କବାଦୀ ଖାଲି ନିରୀହ ଲୋକଙ୍କୁ ଟାର୍ଗେଟ କରନ୍ତି ନାହିଁ ସେମାନେ ସମଗ୍ର ମାନବ ସମାଜ ପାଇଁ କ୍ଷତିକାରକ। ଏହାକୁ ଦୃଢ଼ ହସ୍ତରେ ଦମନ କରିବାକୁ ହେବ ବୋଲି। ଏଥିପାଇଁ ସମସ୍ତ ଦେଶକୁ ଏକ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଜାପାନର ରାଷ୍ଟ୍ରପତି ଶିଂଜୋ ଆବେଙ୍କ ସହ ତ୍ରିପାକ୍ଷିକ ଆଲୋଚନା କରିଛନ୍ତି । ଏହି ବୈଠକରେ ରାଷ୍ଟ୍ରପତି ଟ୍ରମ୍ପ ଓ ଆବେ ପ୍ରଧାମନନ୍ତ୍ରୀ ମୋଦିଙ୍କୁ ଗତ ନିର୍ବାଚନରେ ବିପୁଳ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଅତ୍ୟନ୍ତ ଭଲ କଥାବାର୍ତା ହେଲା ବୋଲି ଟ୍ୱିଟ କରି କହିଛନ୍ତି । ଏହି ବୈଠକରେ ଭାରତ- ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଉପରେ ବିସ୍ତୃତ ଆଲୋଚନା କରା ଗଲା । ଏହା ବାଦ ଭିତିଭୂମି ଓ କନେକ୍ଟିଭିଟି ବିଷୟରେ ମଧ୍ୟ ଆଲୋଚନା କରା ଗଲା ବୋଲି ସେ ଜଣାଇଛନ୍ତି । ଏହାପରେ ଡୋନାଲ୍ଡ ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ବସିଥିଲା। ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଥିବା ଟ୍ରେଡ୍ ଓ୍ୱାର ଏବଂ ଋଷିଆ ସହ ପ୍ରତିରକ୍ଷା ଚୁକ୍ତି ବାବଦରେ ଆଲୋଚନା ହୋଇଛି। ଉଭୟ ଦେଶର ରାଷ୍ଟ୍ରମୁଖ୍ୟ ପରସ୍ପର ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଏହି ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ଭାରତୀୟ ଜାତୀୟ ସୁରକ୍ଷା ପରମର୍ଶଦାତା ଅଜିତ୍ ଡୋଭାଲ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.