ଆଜିଠୁ ୧୦୦ ଟଙ୍କା ଶସ୍ତାରେ ମିଳିବ ଏଲପିଜି

ନୂଆଦିଲ୍ଲୀ: ଆଜିଠୁ ୧୦୦ ଟଙ୍କା ଶସ୍ତାରେ ଗ୍ରାହକ ପାଇବେ ଏଲପିଜି ସିଲିଣ୍ଡର। ଜୁଲାଇ ପହିଲା ଅର୍ଥାତ୍ ଆଜି ଠାରୁ ଏଲପିଜି ସିଲିଣ୍ଡର ପିଛା ୧୦୦.୫୦ ଟଙ୍କା ହ୍ରାସ ପାଇବ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ୍ ପକ୍ଷରୁ ଏହା ଘୋଷଣା କରାଯାଇଅଛି।ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍ ଏଣିକି ସିଲିଣ୍ଡର ପିଛା ୭୩୭.୫୦ ବଦଳରେ ୬୩୭ ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍ ଅଏଲ କର୍ପୋରେସନ୍ ଏଭଳିତ ନିଷ୍ପତ୍ତି ନେଇଛି।
ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍ ସିଲିଣ୍ଡରକୁ ୪୯୪.୩୫ ଟଙ୍କାରେ ପାଇବେ। ଅର୍ଥାତ ସବ୍ସିଡିରେ ସିଲିଣ୍ଡର ପାଉଥିବା ଗ୍ରାହକମାନେ ୧୪୨.୬୫ ସଞ୍ଚୟ କରିପାରିବେ। ଜୁନ୍ ୧ରେ ସିଲିଣ୍ଡର ପିଛା ଦର ୩.୬୫ ଟଙ୍କା ବୃଦ୍ଧି ପାଇଥିଲା।