Odisha Link
Bridging the Missing Links in Odisha

ସେବାଶ୍ରମରେ ଛାତ୍ରଙ୍କ ମୃତ୍ୟୁ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଡ଼ପଳାଶୁଣୀ ର ଇରିଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ଗୁରୁକୁଳ ବେସରକାରୀ ସେବାଶ୍ରମରେ ଜଣେ ସାତ ବର୍ଷ ବୟସ ଶିଶୁର ସନ୍ଦେହ ଜନକ ଭାବରେ ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର ସୋମନାଥ ନାୟକ । ଆଜି ସକାଳେ ସୋମନାଥ ପ୍ରାର୍ଥନା କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ତାଙ୍କ ମୃତ୍ୟୁ ବାତ କିମ୍ବା ସାପ କାମୁଡ଼ା ଯୋଗୁଁ ହୋଇଥିବା ଡାକ୍ତର ସନ୍ଦେହ କରୁଛନ୍ତି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟତା ଜଣାପଡିବ ବୋଲି ସେ କହିଛନ୍ତି ।
ସୋମନାଥଙ୍କ ଘର କେଉଁଝର ଜିଲ୍ଲା ଯୋଡା ଆଜାଦ୍ ବସ୍ତିରେ । ଏ ସମ୍ପର୍କରେ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି । ଗଡ଼ପଳାଶୁଣୀ ଅଞ୍ଚଳରେ ଏପରି ଏକ ବିଦ୍ୟାଳୟ ଅଛି ବୋଲି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସମ୍ପୂର୍ଣ୍ଣ ରୂପେ ମନା କରିଛନ୍ତି । ଯଦି ବେନିୟମ ଭାବେ ବିଦ୍ୟାଳୟଟି ତିଆରି କରାଯାଇଥିବାରୁ ନିଶ୍ଚିତ ଭାବେ ଏହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Comments are closed.