Odisha Link
Bridging the Missing Links in Odisha

ବ୍ରେକଫାଷ୍ଟ ପରେ ଗୁରୁମନ୍ତ୍ର ଦେଲେ ନବୀନ

ଭୁବନେଶ୍ୱର : ପଞ୍ଚମ ଥର ପାଇଁ କ୍ଷମତାକୁ ଫେରିବା ପରେ ନବୀନ ପଟ୍ଟନାୟକ ବିଜେଡିର ନବାଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିପାଇଁ ନବୀନ ନିବାସରେ ଆଜି ନିଆରା ଅନ୍ଦାଜରେ ବ୍ରେକ୍‌ଫାଷ୍ଟର ଆୟୋଜନ ହୋଇଥିଲା।
ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସଭ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ବ୍ରେକ୍‌ଫାଷ୍ଟ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଶେଷ କରି ନିଜ ନିର୍ବାଚନ ମଣ୍ଡଳୀର ବିକାଶ ସହ ଦଳୀୟ ସଂଗଠନକୁ ମଜବୁତ କରିବା, ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନବୀନ ପରାମର୍ଶ ଦେଇଛନ୍ତି।

Comments are closed.