Odisha Link
Bridging the Missing Links in Odisha

ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା

ପୁରୀ : ଆସନ୍ତାକାଲି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆଜି ଉଭାଯାତ୍ରା, ଆଜ୍ଞାମାଳ ନୀତି ଅନୁଷ୍ଠିତ ହେବ । ପରମ୍ପରା ଅନୁସାରେ ରଥଖଳାରେ ପ୍ରସ୍ତୁତ ହୋଇ ରହିଥିବା ୩ ରଥକୁ ଆଜି ରଥ ଖଳାରୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ଚକଡାକୁ ନିଆଯିବ ।
ରଥ ଖଳାରେ ୩ ରଥରେ ଆଜ୍ଞାମାଳ ବିଜେ ପରେ ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବକମାନେ ରଥକୁ ସିଂହଦ୍ବାର ଚକଡାକୁ ଟାଣି ନେବେ । ଏହା ପରେ ୩ ରଥକୁ ଉତ୍ତରାମୁହାଁ କରି ରଖାଯିବ । ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରାରେ ରଥ ଉପରେ ୩ ଠାକୁର ବିଜେ କରିବା ପରେ ରଥଟଣା ଆରମ୍ଭ ହେବ । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ଚୂଡାନ୍ତ ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ବନକଳାଗି ସମ୍ପର୍ଣ୍ଣ ପରେ ସକାଳୁ ଦତ୍ତା ବାହାରିଥିଲେ । ପରେ ପରେ ମଙ୍ଗଳା ଆଳତି, ମଇଲମ, ତଡପଲାଗି, ଅବକାଶ ନୀତି ହୋଇଛି ।

Comments are closed.