Odisha Link
Bridging the Missing Links in Odisha

ଆଜିଠାରୁ +୨ ନାମଲେଖା ଆରମ୍ଭ

ଭୁବନେଶ୍ବର : ଆଜିଠୁ +୨ ନାମ ଲେଖା ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆଜିଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖା ହେବ । ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଚାଲିବ । ଏହାପରେ ଜୁଲାଇ ୧୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମଲେଖା ହେବ ।

୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ଗତକାଲି ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା ।

Comments are closed.