Odisha Link
Bridging the Missing Links in Odisha

ବଜେଟ୍‌ ପରେ ରାଜ୍ୟରେ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ବର : ବଜେଟ ପରେ ମହଙ୍ଗା ମାଡ଼ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଟିକସରେ ଅନେକ କିଛି ପରିବର୍ତ୍ତନ ଆଣିଛନ୍ତି । ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଧନୀକ ବର୍ଗର ଲୋକମାନେ ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦନ ଶୁଳ୍କ ଏବଂ ସଡ଼କ ଓ ଭିତ୍ତିଭୂମି ସେସ୍ ବାବଦରେ ଲିଟର ପିଛା ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ଯଦ୍ୱାରା ପେଟ୍ରୋଲ ଏବଂ ଡିଜେଲ ଦର ପାଖାପାଖି ଲିଟର ପିଛା ଅଢ଼େଇ ଟଙ୍କା ବୃଦ୍ଧି ଘଟିଛି।
ବଜେଟ୍ ପରେ ରାଜ୍ୟରେ ମଧ୍ୟ ବଢ଼ିଲା ପେଟ୍ରୋଲ ଓ ଡିଜେଟ୍ ଦର । ଭୁବନେଶ୍ୱରରେ ପେଟ୍ରୋଲ ଦର ୨ ଟଙ୍କା ୪୩ ପଇସା ବଢ଼ିଥିବା ବେଳେ ଡିଜେଲ ଦରରେ ୨ ଟଙ୍କା ୫୫ ପଇସା ବୃଦ୍ଧି ପାଇଛି । ସେହିପରି ବ୍ରହ୍ମପୁରରେ ପେଟ୍ରୋଲ ଲିଟର ପିଛା ୨.୪୨ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ୨.୫୪ ଟଙ୍କା ମହଙ୍ଗା ଥିଲା । ଅନ୍ୟପଟେ ସମ୍ବଲପୁର ସହରରେ ପେଟ୍ରୋଲ ଦର ୨.୪୨ ଟଙ୍କା ବଢ଼ିଥିବା ବେଳେ ଡିଜେଲ ଦର ୨.୫୪ ଟଙ୍କା ମହଙ୍ଗା ହୋଇଛି ଡିଜେଲ୍ ।

Comments are closed.