Odisha Link
Bridging the Missing Links in Odisha

ଦିନିକିଆ କ୍ରିକେଟରୁ ସନ୍ୟାସ ନେଲେ ସୋଏବ ଓ ଇମ୍ରାନ

ଲଣ୍ଡନ: ପାକିସ୍ତାନ ଦଳର ବ୍ୟାଟସମ୍ୟାନ୍‌ ସୋଏବ ମଲ୍ଲିକ ଦିନିକିଆ କ୍ରିକେଟରୁ ସନ୍ୟାସ ନେଇଛନ୍ତି। ଏନେଇ ସୋଏବ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ସୋଏବ ସାଥି ଖେଳାଳି ଏବଂ କୋଚଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋଏବ। ଚଳିତ ବିଶ୍ବକପରେ ପାକିସ୍ତାନ ଦଳ ତାର ଅଭିଯାନ ଶେଷ କରିଛି।

ସେହିପରି ଆଜି ଚଳିତ ବିଶ୍ବକପ୍‌ କ୍ରିକେଟ ବିଶ୍ବକପର ଷ୍ଟେଜ ଗ୍ରୁପର ଅନ୍ତିମ ମ୍ୟାଚ ଖେଳାଯିବ। ଭାରତ-ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ-ସାଉଥ ଆଫ୍ରିକା ମଧ୍ୟରେ ଆଜି ମ୍ୟାଚ ଖେଳାଯିବ। ସାଉଥଆଫ୍ରିକା ଦଳର ସ୍ବିନ୍‌ କିମ୍ବଦନ୍ତୀ ଇମ୍ରାନ ତାହିର ମଧ୍ୟ ଆନ୍ତର୍ଜାତିକ କ୍ରିକଟରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ଆଜିର ମ୍ୟାଚ ଖେଳି ସାରିବା ପରେ ଇମ୍ରାନ କ୍ରିକେଟରୁ ସନ୍ୟାସ ନେବେ ବୋଲି କହିଛନ୍ତି।

Comments are closed.