Odisha Link
Bridging the Missing Links in Odisha

ବିଦ୍ୟୁତ ଆଘାତରେ ଚାଲିଗଲା ଦୁଇ ଜଣଙ୍କର ଜୀବନ

ଯାଜପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୃଥକ ପୃଥକ ସ୍ଥାନରେ ଦୁଇ ଜଣଙ୍କର ପ୍ରାଣ ହରାଇଛନ୍ତି । ବିଂଝାରପୁର ଥାନା ହଳଦୀଢିହ ପଞ୍ଚାୟତ ଫଳପୁର ଗାଁରେ ମଟର ଲଗାଇ ପରିବା କ୍ଷେତରେ ପାଣି ଦେଉଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ସୂର୍ଯ୍ୟକାନ୍ତ ଗୁରୁଙ୍କ ମୃତ୍ୟୁ ହୋଇଛି । ବିଦ୍ୟୁତ ତାର ସଂସ୍ପର୍ଷରେ ଆସି ସୂର୍ଯ୍ୟକାନ୍ତ ଗୁରୁତର ହୋଇ ପଡିଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ବିଂଝାରପୁର ମେଡିକାଲ ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବିଂଝାରପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି ।
ସେହିପରି କୋରେଇ ଥାନା ବୈତରଣୀରୋଡ ଓଷଳା ଗାଁରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମୃତକ ହେଲେ ଆରତି ମଲ୍ଲିକ । ସେ ଲୁଗା ଶୁଖାଉଥିବା ବେଳେ ବିଦ୍ୟୁତ୍ ତାର ଲାଗି ଯାଇଥିଲା । ତାଙ୍କୁ ପ୍ରଥମେ କୋରେଇ ଡାକ୍ତରଖାନା ଓ ପରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.