Odisha Link
Bridging the Missing Links in Odisha

ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ବନମହୋତ୍ସବ ପାଳିତ, ଯୋଗଦେଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ବାତ୍ୟା ଫନିର ବିଭିଷୀକାରେ ବହୁତ ଗଛ ନଷ୍ଟ ହୋଇଯାଇଥିଲା। ଫଳରେ ରାଜଧାନୀ ଭୁବନେଶ୍ବର ତାର ସୌନ୍ଦର୍ଯ୍ୟ ହରାଇ ବସିଥିଲା। ପୁଣିଥରେ ରାଜଧାନୀ ଭୁବନେଶ୍ବରକୁ ସବୁଜିମା କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ପଟିଆ ସ୍ଥିତ ରାଜାମଧୁସୂଦନ ଦେବ ଡିଗ୍ରୀ କଲେଜ। ‘ବୃକ୍ଷ ହିଁ ଜୀବନ’ ଏବଂ ବୃକ୍ଷର ମହତ୍ତ୍ବ ବୁଝି ଆଜି ରାଜମଧୁସୂଦନ ଦେବ ଡିଗ୍ରୀ କଲେଜ, ପଟିଆ ଏବଂ ଭୁବନେଶ୍ୱର ମହାନଗରର ମିଳିତ ଆନୁକୁଲ୍ୟରେ ସବୁ ବର୍ଷ ପରି ଏଥର ମଧ୍ୟ କଲେଜ ପରିସସରରେ ୭୦ତମ  ବନ ମୋହତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ଭୁବନେଶ୍ବରର ବିଧାୟକ ସୁଶାନ୍ତ କୁମାର ରାଉତ ଏବଂ ଭୁବନେଶ୍ୱର ମହାନଗର ନିଗମର ପରିବେଶ ଅଧିକାରୀ ଓ ଉଦ୍ୟାନ ଅଧିକାରୀ ଶ୍ରୀ ଗିରିଯା ଶତପଥୀ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ। ଏବଂ ବୃକ୍ଷ ହିଁ ଜୀବନ ପ୍ରସଙ୍ଗ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।

ଏହି ବନ ମହୋତ୍ସଭରେ ମହାବିଦ୍ୟାଳୟର ସ୍କାଉଟ ଗାଇଡ଼୍, ଯୁଥ ରେଡ଼କ୍ରସ, ଏନଏସଏସ ୟୁନିଟର ୫୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏଥି ସହିତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇ ପରିବେଶ ସଚେତନତା ଉପରେ ଦୃଷ୍ଟିପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅର୍ଥଶାସ୍ତ୍ର ଅଧ୍ୟାପକ ଧନ୍ୟଞ୍ଜୟ ଭୁୟାଁ , ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରବୀଣ କୁମାର ସାହୁ, ଓଡ଼ିଆ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ବେହେରା ପ୍ରମୁଖ ସୁଚାରୁ ରୂପେ ଆଗକୁ ନେଇଥିଲେ। ପରିଶେଷରେ ରାଜମଧୁସୂଦନ ଦେବ ଡିଗ୍ରୀ କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ ବନୋମୋତ୍ସଭ ପାଇଁ ସମସ୍ତଙ୍କୁ ଶୁଭକାମନା ଦେବା ସହ ପରିବେଶ ପ୍ରତି ସଚେତନଶୀଳତା ହେବା ପାଇଁ ବାର୍ତ୍ତା ଦେଇଥିଲେ।

ସୂଚନାଥାଉକି, ବାତ୍ୟା ଫନିର କରାଳ ତାଣ୍ଡବରେ ଭୁବନେଶ୍ବର ସହରର ପ୍ରାୟ ୮୦ ପ୍ରତିଶତ ଗଛ ଭାଙ୍ଗି ନଷ୍ଟ ହୋଇଯାଇଥିଲା। ଯାହଫଳରେ ଭୁବନେଶ୍ବର ସହର ତାର ପୂର୍ବ ସୌନ୍ଦର୍ଯ୍ୟ ଏବଂ ସବୁଜିମା ହରାଇ ବସିଥିଲା।

Comments are closed.