Odisha Link
Bridging the Missing Links in Odisha

୨୦୦ ମିଟର ଫାଇନାଲରେ ଦୂତୀ

ଭୁବନେଶ୍ବର : ଇଟାଲୀର ନାପୋଲିରେ ଚାଲିଥିବା ୩୦ତମ ବିଶ୍ବ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ସ୍କ୍ରିଣ୍ଟର ଅଲିମ୍ପିଆନ ଦୂତୀ ଚାନ୍ଦ ୨୦୦ ମିଟର ଦୌଡ଼ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ୨୦୦ ମିଟର ମହିଳା ବିଭାଗ ସେମିଫାଇନାଲ ଦୌଡ଼କୁ ଦୂତୀ ୨୩.୨୪ ସେକେଣ୍ଡରେ ଅତିକ୍ରମ କରି ଫାଇନାଲ ଯୋଗ୍ୟତା ହାସଲ କରିଛନ୍ତି। ଦୁତି ପୂର୍ବରୁ ଭାରତୀୟ ଭାବେ ୧୦୦ ମିଟର ଦୌଡ଼କୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଦୂତି କିଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।

Comments are closed.