Odisha Link
Bridging the Missing Links in Odisha

ସୋସିଆଲ ମିଡିଆରେ ଭାଇରାଲ ହେଲା ମହିଳାଙ୍କ ଅସ୍ତ୍ରୋପଚାର ଦୃଶ୍ୟ

କୋଟଗଡ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ବେଳର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।
ମିଳିଥିବା ସୂଚନା ଅନୁସାରେ, ଗୁରୁବାର ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମହିଳା ବନ୍ଧ୍ୟାକରଣ ଶିବିର ଅନୁଷ୍ଠିତ ହୋଇଥିଲା। ସେଥିରେ କୋଟଗଡ଼ ଅଞ୍ଚଳରୁ ୧୨ଜଣ ମହିଳା ଓ ତୁମୁଡିବନ୍ଧ ଅଞ୍ଚଳର ୧୦ଜଣ ମହିଳାଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଏକ ହ୍ୱାଟ୍ସଅପ୍ ଗ୍ରୁପରେ ଜଣେ ମହିଳାଙ୍କ ବନ୍ଧ୍ୟାକରଣ ବେଳର ଗୁପ୍ତ ଫଟୋକୁ ଉଠାଇ ଗ୍ରୁପରେ ଅପଲୋଡ କରିଥିଲେ ତୁମୁଡିବନ୍ଧ ବିପିଏମ୍ ଶ୍ୟାମ ସାହୁ। ଫଳରେ କୌଣସି ପ୍ରକାରେ ଉକ୍ତ ଫଟୋଟି ଲୋକଲୋଚନକୁ ଆସିଯାଇଥିଲା ଏବଂ ସେହି ଫଟୋକୁ ନେଇ ସମ୍ପୃକ୍ତ ମହିଳାମାନଙ୍କ ପରିଜନ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଏଭଳି ମହିଳାଙ୍କ ଗୁପ୍ତ ଅସ୍ତ୍ରୋପଚାରର ଫଟୋକୁ କିଭଳି ଓ କେଉଁ କାରଣ ପାଇଁ ଉଠାଯାଇଥିଲା ଓ ଗ୍ରୁପରେ ଭାଇରଲ ପଛର କାରଣ କଣ? ବୋଲି ସାଧାରଣରେ ଅଭିଯୋଗ ହୋଇଛି।

Comments are closed.