Odisha Link
Bridging the Missing Links in Odisha

୩ ସରକାରୀ କର୍ମଚାରୀ ନିଲମ୍ବିତ

ଯାଜପୁର : ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଆଜି ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ୩ ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଘଟଣାକୁ ନେଇ ବେଶ ଆଲୋଚନାର ବିଷୟ ହୋଇଛି । ଯାଜପୁର ଯୋଗାଣ ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଲକ୍ଷ୍ମୀଧର ନନ୍ଦ, ଜୁନିଅର ଆକାଉଣ୍ଟାଣ୍ଟ ଗୌତମ ରାୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରଭାକର ନାଥ ଅଫିସ ଡିୟୁଟିରେ ଥାଇ ଆଜି ଅପରାହ୍ନ ୩ଟାରେ ନିକଟସ୍ଥ ଏକ ବାରରେ ବସି ମଦ୍ୟପାନ କରୁଥିଲେ । ଜିଲ୍ଲାପାଳ ଏସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଁଚି ମଦ୍ୟପାନ କରୁଥିବା ଅବସ୍ଥାରେ ୩ଜଣଙ୍କୁ ଦେଖିଥିଲେ । ପରେ ସେ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ।

Comments are closed.