Odisha Link
Bridging the Missing Links in Odisha

ସରକାରୀ ଚିକିତ୍ସାଳୟରେ ବାପା ହେଲେ ମାଲକାନଗିରି ଜିଲ୍ଲାପାଳ

ମାଲକାନଗିରି: ଆଜିର ସମୟରେ ସରକାରୀ ଚାକିରୀକୁ ଛାଡିଦେଲେ ଆଉ ସଦାବେଳେ ବେସରକାରୀରେ ସମସ୍ତଙ୍କ ନଜର। କାହିଁକିନା ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ସମସ୍ତେ ବେସରକାରୀ ସ୍କୁଲ, କଲେଜ ଏବଂ ମେଡ଼ିକାଲ ଉପରେ ନିର୍ଭରଶୀଳ। ରାଜନେତା ଠୁ ଆରମ୍ଭକରି ସରକାରୀ ଅଫସିର ମାନେ ସର୍ବଦା ବେସରକାରୀ ସ୍କୁଲ, କଲେଜ, ମେଡ଼ିକାଲରେ ସବୁ କିଛି କାର୍ଯ୍ୟ କରିଥାନ୍ତି। ଆଜିର ଏ ବେସରକାରୀ ଯୁଗରେ ମଧ୍ୟ ସରକାରୀ ଜିନିଷର ମୂଲ୍ୟ କଣ ବୁଝାଇବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ହୋଇପାରିଛନ୍ତି ମାଲକାନଗିରି ଜିଲ୍ଲାପାଳ।

କିଛି ଦିନ ତଳେ ଟିକଟକ୍ ଭିଡିଓକୁ ନେଇ ଚର୍ଚ୍ଚାରେ ଥିବା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି। ଏଥର କିନ୍ତୁ ଚର୍ଚ୍ଚା ଏକ ଭଲ ଏବଂ ମହତ କାମକୁ ନେଇ ହୋଇଛି । ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ତାଙ୍କ ସ୍ତ୍ରୀଙ୍କ ପ୍ରସବ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଇଛନ୍ତି। ଗତ ୪ତାରିଖ ଅର୍ଥାତ୍ ରଥଯାତ୍ରା ଦିନ ନିଜ ସ୍ତ୍ରୀଙ୍କୁ ଡେଲିଭରି ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ଜିଲ୍ଲାପାଳ । ସେଠାରେ ଅସ୍ତ୍ରୋପଚାର କରାଯାଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ମନୀଷ ଅଗ୍ରଓ୍ବାଲଙ୍କ ସ୍ତ୍ରୀ । ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ସରକାରୀ ଡକ୍ତରଖାନାରେ ନିଜ ସନ୍ତାନର ପ୍ରସବ କରାଇ ସରକାରୀ ମେଡିକାଲ ଉପରେ ଆସ୍ଥା ପ୍ରକଟ ପାଇଁ ଜିଲ୍ଲାବାସୀଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ଏବଂ ତାଙ୍କ ପତ୍ନୀ ସୋନମ ଅଗ୍ରଓ୍ବାଲ । ଗର୍ଭାବସ୍ଥା ଆରମ୍ଭଠାରୁ ପ୍ରସବ ପର୍ଯ୍ୟନ୍ତ ପୁରା ପ୍ରକ୍ରିୟା ସରକାରୀ ମେଡିକାଲରେ କରାଇଥିଲେ ଅଗ୍ରଓ୍ବାଲ ଦମ୍ପତ୍ତି।

Comments are closed.