Odisha Link
Bridging the Missing Links in Odisha

ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ସ୍ଥଗିତ ହେଲା ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନର ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୨’ ମିଶନ। ସୋମବାର ଭୋର ୨ଟା ୫୧ ମିନିଟ ସମୟରେ ଏହାର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅଚାନକ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ସ୍ଥଗିତ ରଖାଯାଇଥିବା ସୂଚନା ରହିଛି। ଆଗାମୀ କିଛିଦିନ ମଧ୍ୟରେ ଉତ୍‌କ୍ଷେପଣର ପରବର୍ତ୍ତୀ ତାରିଖ ଘୋଷଣା ହେବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ରକେଟରେ ତ୍ରୁଟି ଥିବା ଜଣାପଡ଼ିବା ପରେ ଏହାକୁ ସ୍ଥଗିତ ରଖିବାକୁ ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଶହ ଶହ ବୈଜ୍ଞାନିକ, ଲକ୍ଷ ଲକ୍ଷ ଭାରତୀୟ ଏବଂ ବେଶ୍‌ କିଛି ଦେଶ ଅପେକ୍ଷା କରି ରହିଥିଲେ ଭୋର ୨.୫୧ ବେଳେ ମହାକାଶକୁ ଯିବ ଚନ୍ଦ୍ରଯାନ। ଉତ୍‌କ୍ଷେପଣ ପାଇଁ ଆଉ ମାତ୍ର ୫୬ ମିନିଟ୍‌ ୨୪ ସେକେଣ୍ଡ ବାକିଥିବାବେଳେ ହଠାତ୍‌ କାଉଣ୍ଟ ଡାଉନ୍‌ ବନ୍ଦ ହୋଇଯାଇଥିଲା। ଲଞ୍ଚ ଭେଇକିଲରେ କୌଣସି ସମସ୍ୟା ଥିବାରୁ ଉତକ୍ଷେପଣ ସ୍ଥଗିତ ରଖାଯାଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଏହା ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍‌ ମହାକାଶ ଗବେଷଣା କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାର ଥିଲା। ମିଳିଥିବା ସୂଚନା ଅନୁଯାୟୀ ଏହା ଆଉ ଉତ୍‌କ୍ଷେପଣ ହୋଇପାରିବ ନାହିଁ। ତେବେ ପୁଣି କେଉଁଦିନ ଉତ୍‌କ୍ଷେପଣ ହେବା ତା’ର ଚୂଡ଼ାନ୍ତ ତାରିଖ ବର୍ତ୍ତମାନ ସୁଦ୍ଧା ଇସ୍ରୋ ପକ୍ଷରୁ ଜଣାପଡ଼ିନାହିଁ।

Comments are closed.