Odisha Link
Bridging the Missing Links in Odisha

ମଧ୍ୟାହ୍ନ ଭୋଜନ ଚାଉଳ ହରିଲୁଟ୍ ବେଳେ ଧରିଲେ ଗ୍ରାମବାସୀ

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଗାଁର ସୁରେନ୍ଦ୍ର ଆଚାର୍ଯ୍ୟ ନାମକ ଜଣେ ବ୍ୟବସାୟୀ ଗତକାଲି ବିଳମ୍ବିତ ରାତିରେ ୪୨ ପ୍ୟାକେଟ ଚାଉଳ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଗ୍ରାମବାସୀ ଓ ମହିଳା ସଂଘ ଧରି ପୋଲିସକୁ ଖବର ଦେଇଥିଲେ ।
ଗତ ୧୧ ତାରିଖରୁ ସ୍କୁଲ ପାଇଁ ଚାଉଳ ଆସିଥିବା ବେଳେ ତାହା ସ୍କୁଲକୁ ନନେଇ କିଭଳି ଜଣେ ବ୍ୟବସାୟୀଙ୍କ ଘରେ ରହିଲା ବୋଲି ଅଭଯୋଗ କରିଛନ୍ତି ଗ୍ରାମବାସୀ । ଏନେଇ ପ୍ରଧାନ ଶିକ୍ଷକ କହିଛନ୍ତି ସ୍କୁଲ ପାଇଁ ମିଟିଙ୍ଗରେ ବ୍ୟସ୍ତ ଥିବାରୁ ଚାଉଳ ଗ୍ରହଣ କରିପାରିନଥିଲେ।

Comments are closed.