Odisha Link
Bridging the Missing Links in Odisha

ମାଓ ଇଲାକାରେ ଅପହଞ୍ଚ ମୋବାଇଲ ସେବା

ମାଲାକାନଗିରି : ଏବେ ମାଓ ଇଲାକାରେ ସବୁ ସରକାରୀ ଓ ବେସରକାରୀ କାମ ଅଫଲାଇନ ମୋଡ ରେ ହେଉଛି। କାରଣ ମାଓ ଇଲାକାରେ ଘରୋଇ ନେଟଓ୍ବାର୍କ କମ୍ପାନୀ ମାନେ ସେବା ଯୋଗାଇବାରେ ବିଫଳ ହୋଉଛନ୍ତି। ଯାହାକୁ ନେଉ ସାଧାରଣରେ ଅଶୋନ୍ତୋଷ ପ୍ରକାଶ ପାଇଛି। ୨୦୧୪ ରେ ମୋଦି ସରକାର କ୍ଷମତା କୁ ଆସିବା ପରେ ସବୁ ସରକାରୀ ଯୋଜନା ଓ ହିତାଧିକାରୀମାନଙ୍କୁ ଡିଜିଟାଲ ପ୍ଲାଟ୍ ଫର୍ମ ସହ ଯୋଡ଼ି ଦିଆ ଗଲା ଫଳରେ ମୋବାଇଲ ଓ ଇଣ୍ଟରନେଟ୍ ସେବା ର ଗୁରୁତ୍ୟ ବଢିଲା ଡିଜିଟାଲ ଇଣ୍ଡିଆ ର କଥା ଭାବୁଥିବା ଭାରତ୍ ବର୍ଷ ମାଲାକାନଗିରି ଜିଲ୍ଲା ର ୫୫ ପ୍ରତିଶତ ଗାଁ ଏଯାଏ ମୋବାଇଲ ସେବା କଣ ଜାଣନ୍ତି ନାହିଁ। ଜିଲ୍ଲା ରେ ମୋଟ ୯୯୪ ଟି ରେଭିନ୍ୟୁ ଗାଁ ଥିବା ବେଳେ ପ୍ରାୟ ୬୦୦ ଗାଁ ରେ ମୋବାଇଲ ଯୋଗେ କଥା ହେବା ସମ୍ଭବ ପର ହୋଇ ପାରି ନାହିଁ କେବଳ ଜିଲ୍ଲା ସଦର୍ ମହକୁମା ଓ ବ୍ଲକ ହେଡକ୍ବାଟରରେ ହିଁ ବିଏସଏନଏଲ ୩ଜି ସେବା ଥିବା ବେଳେ କାଲିମେଳା ଯାଏ ଏୟାରଟେଲ ସେବା ରହିଛି। ଇଣ୍ଟରନେଟ କ୍ଷେତ୍ର ରେ କ୍ରାନ୍ତି ଆଣିଥିବା ଜିଓ କଥା ନ କହିବା ଭଲ ବର୍ଷ ବର୍ଷ ଧରି ଏହା କେବଳ ସୀମିତ ହୋଇ ରହିଛି।ଜିଲ୍ଲା ମୁଖ୍ୟାଳୟରେ ଏବେ ସଂଯୋଗ ହୋଇଥିବା ବେଳେ ଗ୍ରାମାଞ୍ଚଳରେ କେବଳ ନେଟୱାର୍କ ର ଖୁଣ୍ଟ ହିଁ ବସା ଯାଇଛି।

ଜିଲ୍ଲା ରେ ୯୯୪ ଖଣ୍ଡ ଗାଁ ପାଇଁ ଆବଶ୍ୟକ ୮୦୦ ରୁ ଅଧିକ ନେଟୱାର୍କ ଆବଶ୍ୟକ ଥିବା ବେଳେ ରହିଛି ମାତ୍ର ୧୭୦ ଟାୱାର, ଏୟାରଟେଲ ର ୭୬ ଜିଓ ୪୦ ବିଏସଏନଏଲ ର ୪୮ ଟାୱାର ରହିଛି। ମାଓ ଇଲାକାରେ ଏଲ୍ ୱ ଇ ଯୋଜନା ମାଧ୍ୟମରେ ମୋବାଇଲ ଟାୱାର ବସେଇବା କାମ ଆରମ୍ଭ କଲେ କେନ୍ଦ୍ର ସରକାର। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ର ବିଭିନ୍ନ୍ ଥାନା, ଫାଣ୍ଡି ଓ କ୍ୟାମ୍ପ ପରିସରରେ ୨୯ଟି ଟାୱାର ବସାଯାଇଥିଲା। ଦ୍ଵିତୀୟ ପର୍ଯ୍ୟାୟରେ ୧୨୧ ଟି ଟାୱାର ସ୍ଥାପନ କାମ ଏବେ ବି ସରକାରୀ ନାଲି ଫିଟା ତଳେ ଅଟକି ରହିଛି। ମାଓ ମୁକାବିଲା କ୍ଷେତ୍ର ରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଦିଗରେ ମଧ୍ଯ ମୋବାଇଲ ସେବା ଗୁରୁତ୍ୟ ବହନ କରିଥାଏ ଦୁର୍ଗମ ଅଞ୍ଚଳ ଯଥାକ୍ରମ ମୋବାଇଲ ସେବା ଅପହଞ୍ଚ ଯୋଗୁଁ ମାଓ ଦମନ ଅଭିଯାନ ମଧ୍ୟ ପ୍ରଭାବିତ ହଉଛି। ଗ୍ରାମପଞ୍ଚାୟତ ମାନଙ୍କରେ ଓ.ଏଫ.ସି କେବୁଲ ମାଧ୍ୟମରେ ମୋବାଇଲରେ ସେବା କେବେ ପହଞ୍ଚିବ ତାହା ଭାଗବାନ ଙ୍କୁ ଜଣା।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେପର ଲେସ୍ ଓ କ୍ୟାସ୍ ଲେସ୍ ଦିଗରେ ଆଗଉ ଥିବା ବେଳେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ଚାଲିଛି ଅନଲାଇନ ମୋଡ଼ ରେ ଏଭଳି ସ୍ଥିତି ରେ ବିନା ମୋବାଇଲ୍ ଓ ବିନା ଇଣ୍ଟରନେଟ୍ ସେବା ରେ ଦୁର୍ଗମ ଅଞ୍ଚଳରେ କିଭଲି ରୂପାୟନ ହେଉଛି ସରକାରୀ ଯୋଜନା ଏବ୍ଂ କି ପ୍ରକାର୍ ର ସେବା ପାଉଛନ୍ତି ହିତାଧିକାରୀ ତାହା ସହଜରେ ଅନୁମେୟ ।

Comments are closed.