Odisha Link
Bridging the Missing Links in Odisha

୮୩୬ ଦୁର୍ନୀତିଖୋର ଅଫିସର ଦଣ୍ଡିତ: ପ୍ରତାପ ଜେନା

ଭୁବନେଶ୍ୱର: ଇନ୍ଦିରା ଆବାସ, ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟରେ ମୋଟ ୮୩୬ ଜଣ ଦୁର୍ନୀତିଖୋର ଅଫିସରଙ୍କୁ ଦଣ୍ଡିତ କରାଯାଇଛି । ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା । ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଶ୍ରୀ ଜେନା ଏହି ତଥ୍ୟ ରଖିଛନ୍ତି ।

ମନ୍ତ୍ରୀ ଶ୍ରୀ ଜେନାଙ୍କ ତଥ୍ୟ ଅନୁଯାୟୀ ୨ ବର୍ଷରେ ୮୩୬ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେମାନଙ୍କ ମଧ୍ୟରୁ ୭୯ଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ୨୨ଜଣଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ସେହିପରି ୩୫ ଜଣଙ୍କ ନାମରେ ଡ୍ରାଫ୍ଟ ଚାର୍ଜ କରାଯାଇଛି । ଏହାଛଡ଼ା ୨୬୮ ଜଣଙ୍କୂ କାରଣ ଦର୍ଶାଅ ନୋଟିସ ଓ ୪୩୨ଜଣଙ୍କୁ ଜବାବ ମଗାଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Comments are closed.