Odisha Link
Bridging the Missing Links in Odisha

‘ଦୂରଦର୍ଶୀ’ର ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ବର: ମାସିକ ପତ୍ରିକା ଦୂରଦର୍ଶୀର ୧୧ତମ ସ୍ବନକ୍ଷତ୍ର ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗଦେଇ ଦୂରଦର୍ଶ ଏକ ଦୂରଦୃ୍ଷ୍ଟିସମ୍ପନ୍ନ ପତ୍ରିକା ବୋଲି ଅଭିହିତ କରିଥିଲେ। ସେ କହିଥିଲେ ଯେ, ସାମ୍ବାଦିକ ଦୂରଦର୍ଶୀ ହେବା ସହିତ ସମୟଦର୍ଶୀ ହେବା ଆବଶ୍ୟକ। ଏଥିରେ ଅର୍ନ୍ତଦୃଷ୍ଟି ରହିବା ଦରକାର। ଭାରତୀୟ ଚନ୍ତନ ଓ ଦର୍ଶନକୁ ଭିତ୍ତିକରି ସାହିତ୍ୟ ଓ ସମ୍ବାଦିକତା ହେବା ଦରକାର। ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ସମ୍ବାଦପତ୍ର ହେଉଛି ସମାଜର ଦର୍ପଣ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ କିସ୍‌ ଓ କିଟର କଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇ ପତ୍ରିକା, ଖବରକାଗଜ ସମାଜ ଗଠନ ପାଇଁ ପ୍ରତିଶ୍ରୁତିବଦ୍ଧ ହେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ ବିଧାୟକ ସୁଶାନ୍ତ ରାଉତ ଯୋଗଦେଇଥିଲେ। ଏହି ଅବସରରେ ୧୧ ଜଣଙ୍କ ପ୍ରତିଷ୍ଠିତ ବ୍ୟକ୍ତିତ୍ବଙ୍କୁ ଦୂରଦର୍ଶୀ ସମ୍ମାନରେ ସମ୍ମାନିତ କରାଯିବା ସହିତ ସ୍ବତନ୍ତ୍ର ବିଶେଷାଙ୍କ ଉନ୍ମୋଚିତ ହୋଇଥିଲା। ପ୍ରସନ୍ନ ବିଷୋୟୀ ସ୍ବାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ। ଦୂରଦର୍ଶୀର ସମ୍ପାଦକ ଭାବେ ଦୁର୍ଗାପ୍ରସାଦ ସଫଳତାର ସହ ସମ୍ପାଦନା କରି ରାଜ୍ୟର କୋଣ ଅନୁକୋଣରେ ଦୂରଦର୍ଶୀ ପତ୍ରିକାକୁ ଏକ ନୂଆରୂପ ଦେଇ ପାରିଛନ୍ତି।

Comments are closed.