Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ ଶିକ୍ଷା ଜଗତରେ ପାଦ ଥାପିବ ରେଭେନ୍‌ସା

କଟକ: ରାଜ୍ୟ ତଥା ଦେଶର ବହୁ ପୁରାତନ କଳା, ସଂସ୍କୃତି, ପରମ୍ପରା ଭଳି ବିଭିନ୍ନ ବିଷୟରେ ଅବଗତ ହୋଇ ପାରିବେ ବିଦେଶୀ ଛାତ୍ରଛାତ୍ରୀ। ଅନୁରୂପ ଭାବେ ବିଦେଶୀ କଳା ସଂସ୍କୃତି ଉପରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ବିଦେଶ ବିଶ୍ୱବିଦ୍ୟାଳୟରେ ଜ୍ଞାନ ଆହରଣ କରିପାରିବେ। ରେଭେନ୍‌ସା ବିସ୍ୱବିଦ୍ୟାଳୟ ବିଶ୍ୱର କିଛି ନାମୀଦାମୀ ବିଶ୍ୱବିଦ୍ୟାଳୟ ସହ ଚୁକ୍ତି କରିବା ପରେ ଏହି ସୁବିଧାର ଲାଭ ଉଠାଇପାରିବେ ଉଭୟ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ। ଏହି ମିଳିତ ସହଯୋଗ ପ୍ରକ୍ରିୟା ବିଶ୍ୱବିଦ୍ୟାଳୟ ପକ୍ଷରୁ ଆରମ୍ଭ ହୋଇଛି। ପ୍ରାଥମିକ ସ୍ତରରେ ବିଶ୍ୱବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଆସିଛି।

ପ୍ରାଥମିକ ସ୍ତରରେ ଦକ୍ଷିଣପୂର୍ବ ଏସିଆରେ ବୌଦ୍ଧଧର୍ମ ଏବଂ ଏହାର ପ୍ରଚାର ପ୍ରସାର ନେଇ ଗବେଷଣା କରୁଛନ୍ତି ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଉମାକାନ୍ତ ମିଶ୍ର। ସେହିପରି ଉତ୍କଳୀୟ ବାଣିଜ୍ୟ ପରମ୍ପରା, ପ୍ରବାସୀ ଓଡ଼ିଆ ମାନଙ୍କ ପୂର୍ବରୁ ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆରେ କିଭଳି ପ୍ରଭାବ ବିସ୍ତାର କରିଥିଲେ ସେନେଇ ଗବେଷଣା କରୁଛନ୍ତି ରାଜନୀତି ବିଜ୍ଞାନ ଗବେଷକ ପ୍ରଫେସର ନେତାଜୀ ଅଭିନନ୍ଦନ। ଚୀନ, ଜାପାନ ଭଳି ବିଦେଶରେ ଏହିସବୁ ବିଷୟରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ ନିଜର ଗବେଷଣା ବିଷୟରେ ଅବଗତ କରାଇପାରିବେ ଏହି ଅଧ୍ୟାପକ ମାନେ। ସେହିପରି ଏହି ପ୍ରକ୍ରିୟା ସଠିକ କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଅନ୍ୟ ଅଧ୍ୟାପକ ମାନେ ମଧ୍ୟ ବିଦେଶରେ ଅଧ୍ୟାପନା କରିପାରିବେ।

Comments are closed.