Odisha Link
Bridging the Missing Links in Odisha

ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସୁରକ୍ଷା ପାଇଁ ଆରମ୍ଭ ହେଲା ‘କ୍ଷମତା ଏକ୍ସପ୍ରେସ୍‌’ ଅଭିଯାନ

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଭ୍ରାମ୍ୟମାଣ କରୁଛି କ୍ଷମତା ଏକ୍ସପ୍ରେସ। ଏହା ରାଜ୍ୟର ଅପହଞ୍ଚ ଇଲାକାଗୁଡିକରେ ପହଞ୍ଚି କାର୍ଯ୍ୟକରୁଛି। ଏହା ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନକୁ ସଶକ୍ତ ଓ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ଏହାର ନାମ ରଖାଯାଇଛି ‘କ୍ଷମତା ଏକ୍ସପ୍ରେସ୍‌’।
ଗତ ଜୁନ୍‌ ପହିଲାରୁ ଏହି ‘କ୍ଷମତା ଏକ୍ସପ୍ରେସ୍‌’ ବିଭିନ୍‌ ଅଞ୍ଚଳ ଯାଇ ସେଠାରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କିନ୍ନର, ଅସହାୟ, ଭିକ୍ଷୁକ, ବିଧବା, ପତିପରିତ୍ୟକ୍ତା ତଥା ପୃଥକ ରହୁଥିବା ମହିଳା ଓ ୩୦ ବର୍ଷରୁ ଅଧିକ ଅବିବାହିତ ମହିଳାମାନଙ୍କ ନିମନ୍ତେ ଆବଶ୍ୟକୀୟ ସେବା, ସହାୟତା, ପରାମର୍ଶ ଯୋଗାଇଦେବା ସହିତ ଭିନ୍ନକ୍ଷମ ସଶକ୍ତିକରଣ ବାବଦରେ ସଚେତନାର ପ୍ରସାର କରି ଚାଲିଛି।
ଅବ୍ୟାହତ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନକୁ ସଶକ୍ତ, ବ୍ୟାପକ ଓ ଫଳପ୍ରଦ କରିବା ଉଦ୍ଦେଶ୍ୟରେ ‘କ୍ଷମତା ଏକ୍ସପ୍ରେସ୍‌’ ନାମକ ଏକ ଭ୍ରାମ୍ୟମାଣ ଶିବିର ସାରା ରାଜ୍ୟର ବିଭିନ୍ନ ଅଞ୍ଚଳ, ବିଶେଷ କରି ଅପହଞ୍ଚ ଇଲାକାଗୁଡ଼ିକରେ କାର୍ଯ୍ୟ କରୁଛି । ବିଗତ ଜୁନ୍‌ ପହିଲାରୁ ‘କ୍ଷମତା ଏକ୍ସପ୍ରେସ୍‌’ ବିଭିନ୍ନ ଅଞ୍ଚଳ ଯାଇ ସେଠାରେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କିନ୍ନର, ଅସହାୟ, ଭିକ୍ଷୁକ, ବିଧବା, ପତିପରିତ୍ୟକ୍ତା ତଥା ପୃଥକ ରହୁଥିବା ମହିଳା, ୩୦ ବର୍ଷରୁ ଊଦ୍ଧ୍ୱର୍ ଅବିବାହିତ ମହିଳାମାନଙ୍କ ନିମନ୍ତେ ଆବାଶ୍ୟକୀୟ ସେବା, ସହାୟତା, ପରାମର୍ଶ ଯୋଗାଇଦେବା ସମେତ ଭିନ୍ନକ୍ଷମ ସଶକ୍ତିକରଣ ବାବଦରେ ସଚେତନତାର ପ୍ରସାର କରୁଛି । ସଫଳ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗଦର୍ଶିକା ସମାଜର ଏହି ସ୍ପର୍ଶକାତର ଗୋଷ୍ଠୀଙ୍କ ନିମନ୍ତେ ‘କ୍ଷମତା ଏକ୍ସପ୍ରେସ୍‌’ କାର୍ଯ୍ୟ କରୁଥିବାବେଳେ ତାହାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ୍‌ ଚନ୍ଦ୍ର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । ନିତେନ୍‌ କହିଛନ୍ତି ଯେ, ର ସମସ୍ତ ରାଜସ୍ୱ ଡିଭିଜନ୍‌ର କମିଶନରଙ୍କ ସମେତ ଜିଲ୍ଲାପାଳମାନଙ୍କୁ ‘କ୍ଷମତା ଏକ୍ସପ୍ରେସ୍‌’ର ଶିବିର ଆୟୋଜନ ଓ ସଫଳତା ନେଇ ମଧ୍ୟ ଅବଗତ କରାଯାଇଛି ।
‘କ୍ଷମତା ଏକ୍ସପ୍ରେସ୍‌’ ଭ୍ରାମ୍ୟମାଣ ଶିବିରରେ ରହିବେ କେବଳ ପେସାଦାର ଚିକିତ୍ସକ ଓ ବୈଷୟିକ କର୍ମଚାରୀ। ଭିନ୍ନକ୍ଷମ ସଶକ୍ତିକରଣ ନିମନ୍ତେ ପୁନର୍ବାସର ଗୁରୁତ୍ୱ ଦୃଷ୍ଟିରୁ ଏହି ଶିବିରରେ ମିଳିବ ଚିକିତ୍ସା, ପରାମର୍ଶ, ଦରକାରୀ ଉପକରଣ, ନିଦାନ ଓ ପରୀକ୍ଷଣ ସୁବିଧା, ସମସ୍ୟା ରହିଥିବା ଉପକରଣର ମରାମତି ସୁବିଧା । ଏହା ବ୍ୟତୀତ ଶିବିରରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନର ସୁବିଧା ମିଳିବ । ସାମାଜିକ ସୁରକ୍ଷା ବିଭାଗରୁ ମିଳୁଥିବା ପେନ୍‌ସନ୍‌, ବୃତ୍ତି, ବିବାହ ପ୍ରୋତ୍ସାହନ ଇତ୍ୟାଦି ବାବଦରେ ମଧ୍ୟ ସଂଯୋଗୀକରଣ କାର୍ଯ୍ୟ ‘କ୍ଷମତା ଏକ୍ସପ୍ରେସ୍‌’ ଶିବିରରେ ସଂଚାଳିତ ହେବ । ‘କ୍ଷମତା ଏକ୍ସପ୍ରେସ୍‌’ ପ୍ରତିମାସରେ ଗୋଟିଏ ଜିଲ୍ଲାରେ ୧୦ରୁ ୧୫ଟି ସାମର୍ଥ୍ୟ ଶିବିର ଆୟୋଜନ କରିବ । ଅନଗ୍ରସର, ଅପହଞ୍ଚ ଗ୍ରାମପଞ୍ଚାୟତଗୁଡ଼ିକୁ ବିଶେଷ ଦୃଷ୍ଟି ଦିଆଯିବ । ‘କ୍ଷମତା ଏକ୍ସପ୍ରେସ୍‌’ ପହଞ୍ଚିବା ପୂର୍ବରୁ ପ୍ରଥମେ ଏକ ପ୍ରସ୍ତୁତି ବୈଠକରେ ସମସ୍ତ କାର୍ଯ୍ୟନିର୍ଘଣ୍ଟ ନେଇ ବ୍ୟାପକ ନିଷ୍ପତ୍ତି ନିଆଯିବ । ଏଥିରେ ସଂପୃକ୍ତ ଅଞ୍ଚଳର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଶିକ୍ଷା ଅଧିକାରୀ, ଜିଲ୍ଲା ପୁନର୍ବାସ କେନ୍ଦ୍ର କାର୍ଯ୍ୟକର୍ତ୍ତା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶିଶୁ ବିକାଶ ଅଧିକାରୀଙ୍କ ସମେତ ଶିବିର ଆୟୋଜକ ସଂଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ ସୂଚୀ ନିର୍ଦ୍ଧାରଣ କରିବେ । ସେମାନେ ଶିବିର ଆୟୋଜନର ସ୍ଥାନ ଓ ତାରିଖ ନିଶ୍ଚିତ କରିବେ ଓ ଏହା ଅଙ୍ଗନବାଡ଼ି କର୍ମୀ, ଆଶା, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ପରି କ୍ଷେତ୍ରୀୟ କର୍ମଚାରୀଙ୍କ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଅବଗତ କରାଯିବ ।

Comments are closed.