Odisha Link
Bridging the Missing Links in Odisha

ସ୍କୁଲ୍‌ରେ ବିସ୍ଫୋରଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍‌ ମାଗୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନିର୍ଦ୍ଦେଶ। ସପ୍ତାହେ ଭିତରେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ DEOଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।
ଆଜି ଶନିବାର ସକାଳୁଆ ସ୍କୁଲ ଚାଲିଥିବା ବେଳେ ମଧ୍ୟାନ୍ନ ଭୋଜନ ଖାଇବାକୁ ପିଲାମାନେ ଯାଉଥିବା ବେଳେ ଏକ ବିସ୍ଫୋରଣ ହୋଇଥିଲା। ଘଟଣାରେ ଗୁରୁତର ଆହତ ହୋଇଥିବା ୨ ଛାତ୍ରଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇ ଆସିକା ଏସଡିପିଓ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବିସ୍ଫୋରଣ ହୋଇଥିବା ସାମଗ୍ରୀ ଡିଟୋନେଟର ବୋଲି ପୁଲିସ କହିଛି। ସ୍ଥାନୀୟ ଅଞ୍ଚଳରେ ପାହାଡ଼ ଥିବାରୁ ଏହା ବ୍ଲାଷ୍ଟି ପାଇଁ ବ୍ୟବହୃତ ଡିଟୋନେଟର କି ନୁହେଁ, ସେ ନେଇ ପୁଲିସ ତଦନ୍ତ କରୁଛି।

Comments are closed.