Odisha Link
Bridging the Missing Links in Odisha

ଓଲଟି ପଡ଼ିଲା ଗୋରୁ ବୋଝେଇ କଣ୍ଟେନର୍

ଯାଜପୁର : ଧର୍ମଶାଳା ଥାନା ଜାତୀୟ ରାଜପଥର ରଥିଆ ନିକଟରେ ଆଜି ଏକ ଗୋରୁ ବୋଝେଇ କଣ୍ଟେନର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡ଼ିଟି ଓଲଟି ପଡ଼ିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ହୋଇଛି। କିଛି ଗୋରୁ ଚାପି ହୋଇ ରହିଛନ୍ତି।
ବେଆଇନ ଭାବେ ୪୫ଟି ଗୋରୁ ନେଇ କଣ୍ଟେନର୍‌ଟି ଖୋର୍ଦ୍ଧାରୁ କଲିକତା ଅଭିମୁଖେ ଯାଉଥିଲା। ଭୋର ୩ଟା ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିପିଡ଼ିଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଧାରକାର୍ଯ୍ୟ ଜାରି ରଖିଛି।

Comments are closed.