Odisha Link
Bridging the Missing Links in Odisha

ନଷ୍ଟ ହେବ ବାଉନସୁଗାର ମାଫିଆ ଛୋଟାର କଳାସାମ୍ରାଜ୍ୟ

ଖୋର୍ଦ୍ଧା : ଧ୍ୱଂସ ପାଇବ କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାର କଳାସାମ୍ରାଜ୍ୟ। ଖୋର୍ଦ୍ଧା ସହରରେ ଛୋଟା ନାଁରେ ଥିବା ୧୫ଟି ଅର୍ଦ୍ଧନିର୍ମିତ ଘରକୁ ଆଜି ଭାଙ୍ଗିବ ପ୍ରଶାସନ। ଏଥିପାଇଁ ୫ଟି ଜେସିବି ସହ ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁୟତନ ହୋଇଛନ୍ତି।
ଗତ ୧୫ତାରିଖରେ ମଧ୍ୟ ଗୁରୁଜଙ୍ଗରେ ଥିବା ପ୍ରାୟ ୨ କୋଟି ଟଙ୍କା ମୂଲ୍ୟର ପ୍ରାୟ ୨୦ଟି ଘରକୁ ଉଚ୍ଛେଦ କରିଥିଲା ପ୍ରଶାସନ। ଦୀର୍ଘ ଦିନ ଧରି କ୍ରାଇମବ୍ରାଞ୍ଚ STFର ଓ୍ୱଣ୍ଟେଡ୍ ତାଲିକାରେ ରହିବା ପରେ ଶେଷରେ ଖୋର୍ଦ୍ଧା କୋର୍ଟରେ ଆତ୍ମ ସମର୍ପଣ କରିଥିଲା ଛୋଟା।

Comments are closed.