Odisha Link
Bridging the Missing Links in Odisha

ପୁଣି ପୁଲିସର ଦାଦାଗିରି : ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର ସହ ଦେଲେ ନିର୍ଯାତନା

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବନ୍ଦର ସାମୁଦ୍ରିକ ଥାନା ଏଏସ୍ଆଇ ରବୀନ୍ଦ୍ର ସେନାପତି ଏକ ବୃଦ୍ଧ ଦମ୍ପତିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଠେଲାପେଲା ଓ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏନେଇ ବୃଦ୍ଧ ଦମ୍ପତି ଜଗତସିଂହପୁର ଏଏସ୍‌ପି ବିଶ୍ୱନାଥ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ଗତ ୧୬ ତାରିଖରେ ନହରଣା ଗାଁର ସାଧୁଚରଣ ଜେନାଙ୍କ ପୁଅ ସହ ଅନ୍ୟ ଜଣେ ଯୁବକଙ୍କର ଗଣ୍ଡଗୋଳ ହୋଇଥିଲା। ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ଓକିଲଙ୍କ ଉପସ୍ଥିତିରେ ସମାଧାନ ଲାଗି ଉଭୟ ପକ୍ଷକୁ ଥାନାକୁ ଡକାଯାଇଥିଲା। ଏଥିପାଇଁ ସାଧୁ ଓ ତାଙ୍କ ପୁଅ ଥାନାକୁ ଯାଇଥିଲେ। ସକାଳୁ ଅପରାହ୍ନ ଯାଏ ସେମାନେ ଥାନାରେ ବସିଥିଲେ। ହେଲେ ଅପରପକ୍ଷରୁ କେହି ଆସି ନ ଥିଲେ। ଏହାପରେ ଦୁହେଁ ଘରକୁ ଫେରି ଆସିଥିଲେ। ତେବେ ସେହି ଦିନ ସନ୍ଧ୍ୟାରେ ଏଏସ୍ଆଇ ରବୀନ୍ଦ୍ର ସେନାପତି ତାଙ୍କ ଘରକୁ ଆସି ତାଙ୍କୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ଏନେଇ ସାଧୁଙ୍କ ପତ୍ନୀ ପ୍ରତିବାଦ କରିବାରୁ ଏଏସ୍ଆଇ ତାଙ୍କୁ ବି ଧକ୍କା ମାରିଥିଲେ।

Comments are closed.