Odisha Link
Bridging the Missing Links in Odisha

ବିଦ୍ୟୁତ୍ ଆଘାତରେ ଚାଲିଗଲା ଜଣଙ୍କର ଜୀବନ

ଭଦ୍ରକ : ଘରେ ଇଲେକ୍ଟ୍ରିକ୍ ଓ୍ବେୟାରିଂ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଏଥିରେ ଆହତ ହୋଇଛନ୍ତି । ଭଦ୍ରକ ସହରର ନରିପୁରରେ ଘଟିଛି ଏହି ଦୁର୍ଘଟଣା । ଘରର ଆର୍ଥିଂ ପାଇପ ବସାଇବାବେଳେ ବିଦ୍ୟୁତ୍ ଚାର୍ଜ ହୋଇଯାଇଥିଲା । ଲୁହା ପାଇପ ଧରି ଗାତ ଭିତରେ ଥିବା ଘଗେଶ୍ବର ଜେନାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଆଉ ଆହତ ପ୍ରମୋଦ ପରିଡାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ମୃତ ଆଉ ଆହତଙ୍କ ଘର ସ୍ଥାନୀୟ ଅଞ୍ଚଳରେ ।

Comments are closed.