Odisha Link
Bridging the Missing Links in Odisha

ଐତିହାସିକ ଚନ୍ଦ୍ରଯାତ୍ରାକୁ ଦେଖିଲେ ପ୍ରଧାନମନ୍ତ୍ରୀ, ଶୁଭେଚ୍ଛା ଜଣାଇଲେ

ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରଯାତ୍ରାକୁ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି। ଅବିସ୍ମରଣୀୟ ମୁହୂର୍ତ୍ତକୁ ଆଖି ପୂରାଇ ଦେଖୁଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଜ କାର୍ଯ୍ୟାଳୟ କକ୍ଷରୁ ସେହି ଐତିହାସିକ ଦୃଶ୍ୟକୁ ଦେଖୁଥିଲେ ମୋଦି। ମହାକାଶକୁ ଚନ୍ଦ୍ରାୟନ-୨ ପ୍ରକ୍ଷେପଣର ଦୃଶ୍ୟକୁ ମନ ଭରି ଦେଖୁଥିଲେ ମୋଦି। ଶ୍ରୀହରିକୋଟାରୁ ହେଉଥିବା ସିଧାପ୍ରସାରଣକୁ ନିଜ ଚାମ୍ବରରେ ଲାଗିଥିବା ଟିଭିରେ ଦେଖୁଥିଲେ ମୋଦି। ଆଉ ଉତକ୍ଷେପଣ ହେବା ପରେ ସମସ୍ତଙ୍କ ସହ ସେ ମଧ୍ୟ ତାଳି ମାରି ନିଜର ଖୁସି ବ୍ୟକ୍ତ କରିଥିଲେ।

ତେବେ ଭାରତର ୨ୟ ଚନ୍ଦ୍ରଯାତ୍ରାକୁ ନେଇ ଟ୍ୱିଟ କରିଛନ୍ତି ମୋଦି। ଏହା ଭାରତ ପାଇଁ ଏକ ଐତିହାସିକ କ୍ଷଣ। ଚନ୍ଦ୍ରାୟନ-୨ର ସଫଳ ପରୀକ୍ଷଣ ସାରା ଦେଶ ପାଇଁ ଗର୍ବର ବିଷୟ। ସଫଳତା ପଛରେ ଥିବା ସମସ୍ତ ସଦସ୍ୟଙ୍କୁ ପୂରା ଦେଶ ପକ୍ଷରୁ ଶୁଭେଚ୍ଛା ବୋଲି ମୋଦି ଟ୍ୱିଟରେ ଉଲ୍ଲେଖ କରିଛନ୍ତି।

Comments are closed.