Odisha Link
Bridging the Missing Links in Odisha

କର୍ଣ୍ଣାଟକ: ଆଜି ବିଧାନସଭାରେ ଚୂଡ଼ାନ୍ତ ସୁପର ଓଭର

ବେଙ୍ଗାଲୁରୁ: ଆଜି କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭେଟ। କିଏ ବାଜି ମାରିବ କିଏ ହାରିବ ଆଉ ଅଳ୍ପ କିଛି ସମୟ ପରେ ସ୍ପଷ୍ଟଚିତ୍ର ଆସିଯିବ। ଅନ୍ୟପଟେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟସରକାର ବଞ୍ଚାଇବାକୁ ଶେଷ ଉଦ୍ୟମ ହେଉଛି। ଶାସକ ମେଣ୍ଟର ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଯୋଗୁଁ ସଙ୍କଟରେ ପଡ଼ିଥିବା କୁମାରସ୍ବାମୀ ସରକାର ଆଜି ଆସ୍ଥା ଭୋଟର ସମ୍ମୁଖୀନ ହେବ। ପରାଜୟରୁ ରକ୍ଷା ପାଇବା ଲାଗି ମେଣ୍ଟ ନେତାମାନଙ୍କ ସବୁ ଉଦ୍ୟମ ବିିଫଳ ହୋଇଛି।

କଂଗ୍ରେସ ଓ ଜେଡିଏସର ବରିଷ୍ଠ ନେତାମାନେ ବିଦ୍ରୋହୀ ନେତାମାନଙ୍କୁ ମଙ୍ଗାଇବା ଲାଗି ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସ୍ଥାନରେ ଆଉ କାହାକୁ ଆଣିବାକୁ ପ୍ରସ୍ତାବ ଦେଇଛନ୍ତି। ମାତ୍ର ନେତୃତ୍ୱର ଏହି ପ୍ରସ୍ତାବକୁ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକମାନେ ଖାରଜ କରି ପଛକୁ ଫେରିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ ଭାବେ କହିଛନ୍ତି। ବିଦ୍ରୋହୀ ବିଧାୟକଙ୍କ କହିବା ଅନୁସାରେ ସେମାନେ କୌଣସି ପ୍ରକାରରେ ନିଜର ଇସ୍ତଫା ଫେରାଇ ନେବେ ନାହିଁ । ବିଜେପି ନେତା ବିଏସ ୟେଦୁରପ୍ପା କହିଛନ୍ତି, ସୋମବାର ହେଉଛି ମେଣ୍ଟ ସରକାରର ଶେଷଦିନ। ଆସ୍ଥା ଭୋଟ ତୁରନ୍ତ କରିବା ପାଇଁ ଦୁଇ ସ୍ବାଧୀନ ବିଧାୟକ ସୁପ୍ରିମ କୋର୍ଟ ଯିବାକୁ ନିଷ୍ପତ୍ତି ନେବା ସତ୍ତ୍ବେ ଆସନ୍ତାକାଲି ଆସ୍ଥା ଭୋଟ ହେବ ଏବଂ ମେଣ୍ଟ ସରକାରର ପତନ ହେବ ବୋଲି ୟେଦୁରପ୍ପା କହିଛନ୍ତି।

ବିଦ୍ରୋହୀ ବିଧାୟକଙ୍କୁ ନିଜର ନିୟନ୍ତ୍ରଣରେ ଆଣିବା ପାଇଁ କଂଗ୍ରେସ-ଜେଡିଏସ ମେଣ୍ଟ ଶେଷରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛି। ସୂଚନାଯୋଗ୍ୟ ଏହା ପୂର୍ବରୁ ଅନେକ ବିଦ୍ରୋହୀ ବିଧାୟକ କହିଥିଲେ ସେମାନେ ଇସ୍ତଫା ଦେବାର ପ୍ରମୁଖ କାରଣ ହେଉଛନ୍ତି, ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ। ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଦାବି କରି ବୋଧେ ବିଦ୍ରୋହୀ ବିଧାୟକମାନେ ଇସ୍ତଫା ଦେଇଥିଲେ ବୋଲି ଏବେ ଅନୁମାନ କରାଯାଉଛି କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ ଘଟଣା ନୁହେଁ। କିଛି ବିଧାୟକଙ୍କର ଅନୁସାରେ ପୂର୍ତ୍ତ ଓ ଗୃହ ନିର୍ମାଣ ମନ୍ତ୍ରୀ ଏବଂ କୁମାରସ୍ୱାମୀଙ୍କ ଭାଇ ଏଚଡି ରେଭନ୍ନାଙ୍କ ହସ୍ତକ୍ଷେପ ଯୋଗୁଁ ସେମାନେ ଇସ୍ତଫା ଦେଉଛନ୍ତି। ବିଧାୟକ ମାନେ ବର୍ତ୍ତମାନ ସଂକଟ ନେଇ କୁମାରସ୍ୱାମୀ ଓ ତାଙ୍କର ଭାଇଙ୍କୁ ଦାୟୀ କରିଥିଲେ। କର୍ଣ୍ଣାଟକ ରାଜ୍ୟ କଂଗ୍ରେସ ସଭାପତି ଏହାକୁ ଅସ୍ୱୀକାର କରିଥିଲେ। କଂଗ୍ରେସକୁ ଜେଡିଏସ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଥିଲା। କଂଗ୍ରେସ ନେତା ସିଦ୍ଧରମିୟାଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଜେଡିଏସ ପ୍ରସ୍ତାବ ଦେଇଥିଲା।

Comments are closed.