ଜାତୀୟ ବିପିଏଲ୍ ତାଲିକାରେ ଦ୍ବିତୀୟ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ଓଡ଼ିଶା ପାଇଁ ଦାରିଦ୍ର୍ୟ ହେଉଛି ଏକ ମୁଖ୍ୟ ପ୍ରସଙ୍ଗ। ଦିନକୁ ଦିନ ଦାରିଦ୍ର୍ୟ ହଟାଇବାରେ ବିଫଳ ହୋଇଛି ଓଡ଼ିଶା। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍) ଥିବା ବ୍ୟକ୍ତିଙ୍କ ସଂଖ୍ୟା ଅନୁସାରେ ଦେଶରେ ଦ୍ବିତୀୟ ବୃହତ୍ତମ ରାଜ୍ୟ ଭାବେ ପରିଗଣିତ ହୋଇଛି ଓଡ଼ିଶା। ପ୍ରଥମ ସ୍ଥାନରେ ଅଛି ବିହାର। ନିକଟରେ ପ୍ରକାଶିତ ନୀତି ଆୟୋଗ ଓ ରିଜର୍ବ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଜାତୀୟ ବିପିଏଲ୍ ହାର ରହିଛି ୨୧.୯୨। ତେବେ ବିହାରରେ ବିପିଏଲ୍ ସଂଖ୍ୟା ୩୩.୭୪% ଥିବା ବେଳେ ଓଡ଼ିଶାରେ ୩୨.୫୯% ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।
ରିପୋର୍ଟ ଅନୁସାରେ ୨୦୧୧-୧୨ ସୁଦ୍ଧା ରାଜ୍ୟରେ ୧ କୋଟି ୩୮ ଲକ୍ଷ ୫୦ ହଜାର ବିପିଏଲ୍ ଅଛନ୍ତି। ତେବେ ରାଜ୍ୟରେ ଦାରିଦ୍ର୍ୟ ସୁଧାର ହାର ବେଶ୍ ଉତ୍ସାହଜନକ ବୋଲି ଓଡ଼ିଶା ସରକାର ଦାବି କରିଛନ୍ତି। ୨୦୦୪-୦୫ ମସିହାରେ ୫୭.୨% ବିପିଏଲ୍ ତାଲିକାରେ ଥିବା ବେଳେ ୨୦୧୧-୧୨ ବେଳକୁ ଏହା କମିଯାଇ ୩୨.୫୯ରେ ପହଞ୍ଚିଥିଲା। ୨୪.୬୧% ସୁଧାର ଆସିଛି ବୋଲି ରାଜ୍ୟ ଦାବି କରିଛି। ସେହିପରି ନିକଟ ଅତୀତରେ ପ୍ରକାଶିତ ଅର୍ଥନୈତିକ ସର୍ଭେ ଅନୁସାରେ ୨୦୦୪-୦୫ ତୁଳନାରେ ରାଜ୍ୟରେ ୨୫.୧% ବିପିଏଲ୍ ସଂଖ୍ୟା ହ୍ରାସ ପାଇଛି। ରାଜ୍ୟରେ ଦାରିଦ୍ର୍ୟ ହ୍ରାସ ହାର ଜାତୀୟ ତୁଳନାରେ ଦ୍ରୁତ ହେଲେ ହେଁ ନିୟମିତ ଭାବେ ଓଡ଼ିଶା ବିପିଲଏଲ୍ ତାଲିକାରେ ଉପରେ ରହିଆସିଛି।
Comments are closed.