Odisha Link
Bridging the Missing Links in Odisha

ଟ୍ରକ ସହ କାର ମୁହାଁମୁହିଁ ଧକ୍କା

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଓଭରବ୍ରିଜ ଉପରେ ଗୁରୁବାର ଏକ ଟ୍ରକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ କାରରେ ଥିବା ୪ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତର ଅଛନ୍ତି। ଆହତମାନେ ପଟଣା ଥାନା ଧନୁର୍ଜୟପୁର ଗ୍ରାମର ସିଂରାଇ ମାଝି, ରଣଜିତ ମହାନ୍ତ, ଲଳିତ ମାଝି ଓ ତ୍ରିଲୋଚନ ମହାନ୍ତ। ସମସ୍ତ ଗୁରୁତର ଆହତଙ୍କୁ ଟୋଲଗେଟ୍ ଆମ୍ବୁଲାନ୍ସ ଯୋଗେ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ଢେଙ୍କିକୋଟ ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ଥ ଗାଡ଼ି ଜବତ କରି ତଦନ୍ତ କରୁଛି। ଟ୍ରକଟି କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ କାରଟି ବିପରୀତ ଦୀଗରୁ ଘଟଗାଁ ଅଭିମୁଖେ ଯାଉଥିଲା।

Comments are closed.