Odisha Link
Bridging the Missing Links in Odisha

ତିନିଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଉତ୍ତର ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ୨୬ ତାରିଖ ବେଳକୁ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି । ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ୍ ଲାଇନ୍ ସୃଷ୍ଟି ହୋଇଛି। ଯାହା ଫଳରେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟକୁ ଲଘୁଚାପରେ ପରିଣତ କରିବାରେ ସହାୟକ ହେବ । ପ୍ରଭାବରେ ୩ଦିନ ଧରି ଦକ୍ଷିଣ ଓଡିଶା, ଉତ୍ତର ଆନ୍ଧ୍ରରେ ପ୍ରବଳ ବର୍ଷା ହୋଇପାରେ।
ସେହିପରି ବର୍ତ୍ତମାନ ସୁଦ୍ଧା ବାଲେଶ୍ବରରେ ସାଧାରଣ ବର୍ଷାଠାରୁ ୫୪ ପ୍ରତିଶତ କମ୍ ଓ ଗଜପତିରେ ୫୦ ପ୍ରତିଶତ କମ୍ ବର୍ଷା ହୋଇଛି । ଏବେ ସୁଦ୍ଧା ସାରା ରାଜ୍ୟରେ ୪୭୬ ମିଲିମିଟର ବର୍ଷା ହେବା କଥା, କିନ୍ତୁ ୩୨୨ ମିଲିମିଟର ବର୍ଷା ହୋଇଛି । ଭଲ ବର୍ଷା ପାଇଁ ସାରା ରାଜ୍ୟରେ ଚାଷୀ ଅପେକ୍ଷା କରିଛି । ସେପଟେ କମ୍ ବର୍ଷା ଯୋଗୁ ଜଳଭଣ୍ଡାରରେ ଜଳସ୍ତର କମିଯାଇଛି । ଯାହା ଚିନ୍ତା ବଢାଇଛି ।

Comments are closed.