Odisha Link
Bridging the Missing Links in Odisha

ନବନିଯୁକ୍ତ ଏଏସଓଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସଚିବାଳୟରେ ନବନିଯୁକ୍ତ ଏଏସଓଙ୍କ ପ୍ରଶିକ୍ଷଣ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିବା ସହ ମନୋନୀତ ୫୦୦ ଜଣ ଏଏସଓଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ନବନିଯୁକ୍ତ ଏଏସ୍‌ଓଙ୍କୁ ଉଦ୍‌ବୋଧନ ଦେବା ସହ ସେମାନଙ୍କୁ ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ସୂଚନା ଅନୁସାରେ, ନବନିଯୁକ୍ତ ଏଏସଓଙ୍କ ମଧ୍ୟରେ ୫ ଜଣ ଆଇଆଇଟିରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଜିର ଏହି ଉତ୍ସବରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ଗୃହ ବିଭାଗର ଅତିରିକ୍ତ ସଚିବ ପାର୍ଥ ସାରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.