Odisha Link
Bridging the Missing Links in Odisha

କେନାଲରେ ବୁଡ଼ି ଦୁଇ ଛାତ୍ର ମୃତ୍ୟୁ

ଭଣ୍ଡାରୀପୋଖରୀ : ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରଟିଣା ପ୍ରାଇମେରୀ ସ୍କୁଲରେ ଦୁଇ ଛାତ୍ର ପଢୁଥିଲେ । ନିକଟସ୍ଥ କେନାଲରେ ବୁଡି ଦୁଇ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଦୁଇ ମୃତ ଛାତ୍ର ହେଲେ ରାଜେଶ ସାହୁ ଏବଂ ଧନଞ୍ଜୟ ଜେନା ।
ମିଳିଥିବା ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ ରଟିଣା ପ୍ରାଇମେରୀ ସ୍କୁଲରେ ଏଭଳି ଅଘଟଣ ଘଟିଛି । ସ୍କୁଲର ତିନି ଜଣ ଛାତ୍ର ଖେଳ ଛୁଟିରେ ସ୍କୁଲ ନିକଟରେ ଥିବା କେନାଲକୁ ଯାଇଥିଲେ । କେନାଲରେ ଦୁଇ ଜଣ ୬ଷ୍ଠ ଶ୍ରେଣୀର ଛାତ୍ର ରାଜେଶ ସାହୁ ଏବଂ ଧନଞ୍ଜୟ ଜେନା ବୁଡି ଯାଇଥିଲେ । ଫଳରେ ଅନ୍ୟ ଛାତ୍ର ଜଣଙ୍କ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଆଗରପଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରୁ ତାଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ଛାତ୍ରଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Comments are closed.