Odisha Link
Bridging the Missing Links in Odisha

ମଦ ବେପାରୀଙ୍କୁ ପୁରସ୍କାର ପ୍ରସଙ୍ଗକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ‘ମଦମୁକ୍ତ ଯୁବବାହିନୀ’

ଭୁବନେଶ୍ବର: ମଦ ବେପାରୀଙ୍କୁ ପୁରସ୍କାର ପ୍ରସଙ୍ଗକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ମଦମୁକ୍ତ ଯୁବବାହିନୀ। ମଦଦୋକାନୀମାନଙ୍କୁ ପୁରସ୍କାର ଦେବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିରୋଧ କରୁଛନ୍ତି ମଦମୁକ୍ତି ଯୁବବାହିନୀ। ବାଣୀବିହାରରୁ ଏକ ଶୋଭାଯାତ୍ରା ଆରମ୍ଭ କରି ଶତାଧିକ କାର୍ଯ୍ୟକର୍ତାମାନେ ଲୋୟର ପିଏମଜିରେ ପହଁଚିଥିଲେ।

ମଦମୁକ୍ତି ଯୁବବାହିନୀର ଆବାହକ ସତ୍ୟବ୍ରତ ପୁଷ୍ଟି ଏନେଇ କହିଛନ୍ତି କି, ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ମଦଦୋକାନୀ ମାନଙ୍କୁ ପୁରସ୍କାର ଦିଆଯିବା ପ୍ରସ୍ତାବ ଅତ୍ୟନ୍ତ ଲଜ୍ଜାଜନକ। ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମହିଳାମାନେ ଏହାକୁ ବିରୋଧ କରୁଥିବା ସମୟରେ ରାଜ୍ୟ ସରକାର ଏଭଳି କରି ମହିଳାମାନଙ୍କୁ ଶକ୍ତ ଚାପୁଡା ମାରିଛନ୍ତି।

ମଦରୁ ଅଧିକ ରାଜସ୍ୱ ଆସୁଥିବା ସରକାର ମିଥ୍ୟା ଯୁକ୍ତି ବାଢୁଛନ୍ତି। ରାଜସ୍ୱ ବଢିବା ବଦଳରେ ଏଥିରେ ଅଧିକ ରାଜସ୍ୱ ଖର୍ଚ୍ଚ ହେଉଛି। ଏହାଦ୍ୱାରା ହଜାର ହଜାର ପରିବାର ନଷ୍ଟ ହେଉଛି। ମଦ ପାଇଁ ପାରିବାରିକ ହିଂସା, ସଡକ ଦୁର୍ଘଟଣା ନାରୀ ନିର୍ଯ୍ୟାତନା ଭଳି ଏପରିବହୁ କାଣ୍ଡ ଘଟୁଛି। ତେଣୁ ସରକାରଙ୍କ ଏହି ମଦପ୍ରୀତିକୁ ଯୁବବାହିନୀ ଆଦୌ ବରଦାସ୍ତ କରିବ ନାହିଁ। ଯେପର୍ଯ୍ୟନ୍ତ ଓଡିଶା ମଦମୁକ୍ତ ନହୋଇଛି ସେପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରୀ ରହିବ ବୋଲି ମଦମୁକ୍ତି ଯୁବବାହିନୀ ପକ୍ଷରୁ କୁହାଯାଇଛି।

Comments are closed.