Odisha Link
Bridging the Missing Links in Odisha

୯୬ ଜଣ ବାର୍ ଡ୍ୟାନ୍‌ସର୍‌ ରାଜଧାନୀରୁ ଉଦ୍ଧାର

ଭୁବନେଶ୍ୱର: ଆକ୍ସନ ମୁଡ଼ରେ କମିଶନରେଟ୍‌ ପୁଲିସ। ରାତି ଅଧରେ କମିଶନରେଟ୍‌ ପୁଲିସର ଏକାଧିକ ଡ୍ୟାନ୍ସ ବାର୍‌ ଉପରେ ଚଢ଼ାଉ। ଲଷ୍ମୀ ସାଗର ଅଞ୍ଚଳରେ ଥିବା ୧୧ଟି ବାର୍‌ରେ ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ଚଢ଼ଉ କରି ୯୬ ଅଧିକ ବାର୍ ଡ୍ୟାନସରଙ୍କୁ ଉଦ୍ଧାର କରିଛି। ସେମାନେ ସମସ୍ତେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ମୁମ୍ବାଇ, ପଞ୍ଜାବ ଓ ହରିଆଣାର ବୋଲି ପୁିସ୍‌ ପକ୍ଷରୁ ସୂଚନା ମିଳିଛି। ପୂର୍ବରୁ ଲକ୍ଷ୍ମୀସାଗର ଓ କଟକ ରୋଡ୍‌ ଅଞ୍ଚଳରେ ବାର୍ ଗୁଡ଼ିକ ବେଆଇନ ଭାବେ ଚାଲିଥିବା ଅଭିଯୋଗ ହୋଇଥିଲା। ବାର୍ ମାଲିକମାନେ ଅନ୍ୟ ରାଜ୍ୟରୁ ଯୁବତୀଙ୍କୁ ଆଣି ଏଠାରେ ନିୟୋଜିତ କରିଥିଲେ। ଏପରିକି ଡ୍ୟାନ୍ସ ବାର୍ ଭିତରେ ଯୁବତୀମାନେ ଅଶ୍ଳୀଳତାର ସବୁ ସୀମା ଟପି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କୁ ବାର୍‌ରେ ମଦ ପରିବେଷଣ ଲାଗି ଅନୁମତି ନ ଥିବା ସତ୍ତ୍ୱେ, ବାର୍ ଡ୍ୟାନ୍‌ସର୍‌ଙ୍କୁ ଏଥିରେ ନିୟୋଜିତ କରାଯାଉଥିଲା।

ତେବେ ଗତକାଲି ବିଳମ୍ବିତ କମିଶନରେଟ୍‌ ପୁଲିସ୍‌ ଏହି ବାର୍‌ ଗୁଡ଼ିକ ଉପରେ ଚଢ଼ଉ କରିଥିଲା। କମିଶନରେଟ୍ ପୁଲିସ ଅଧୀନରେ ଥିବା ରାଜଧାନୀର ୪ରୁ ୫ଟି ଥାନାର ପୁଲିସ୍‌ ମିଳିତ ଭାବେ ଏହି ଚଢ଼ଉ କରିଥିଲେ। ଏହି ବାର୍‌ଗୁଡ଼ିକରୁ ୯୬ରୁ ଅଧିକ ବାର୍‌ ଡ୍ୟାନ୍‌ସର୍‌ଙ୍କୁ ଉଦ୍ଧାର କରାଯାଇଛି।

Comments are closed.