Odisha Link
Bridging the Missing Links in Odisha

ଗୋପାଳପୁରରେ ଖୋଲିବ ନୂଆ ଜୁଲୋଜିକାଲ ମ୍ୟୁଜିୟମ୍

ବ୍ରହ୍ମପୁର : ଖୁବ୍ ଶୀଘ୍ର ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ଏକ ନୂଆ ମ୍ୟୁଜିୟମ୍ ଗୋପାଳପୁରରେ ଖୋଲାହେବ । ଏହି ମ୍ୟୁଜିୟମରେ ୧ ହଜାରରୁ ଅଧିକ ପ୍ରଜାତିର ଜୀବଙ୍କୁ ସଂରକ୍ଷଣ କରି ରଖାଯିବ।
ଗବେଷଣାରତ ଛାତ୍ରଛାତ୍ରୀ ତଥା ବିଶେଷଜ୍ଞଙ୍କ ପାଇଁ ନୁହେଁ ବରଂ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଏହି ମ୍ୟୁଜିୟମ୍‌ ଖୋଲା ରହିବ। ଫଳରେ ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକ ମ୍ୟୁଜିୟମ୍‌ରେ କିଛି ନୂଆ ଜିନିଷ ଦେଖିବାକୁ ପାଇ ପାରିବେ। ଏଥିସହ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ ମଧ୍ୟ କରିବ। ୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ହେବାକୁ ଥିବା ଏହି ମ୍ୟୁଜିୟମ୍‌ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇ ସାରିଛି।
ଗୋପାଳପୁରରେ ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଅର ଏକ ମ୍ୟୁଜିୟମ୍‌ ରହିଛି। ଯେଉଁଠି ସାମୁଦ୍ରିକ ଜୀବ ତଥା ବିରଳ ଜୀବଜନ୍ତୁଙ୍କ ଦେହାବଶେଷ ରହିଛି। ରାସାୟନିକ ପଦାର୍ଥ ଲେପନ କରାଯାଇ ବର୍ଷ ବର୍ଷ ଧରି ଏମାନଙ୍କୁ ସଂରକ୍ଷଣ କରି ରଖାଯାଇଛି। ପାଖାପାଖି ୪୦୦ରୁ ଅଧିକ ପ୍ରଜାତିଙ୍କୁ ଏଠି ସଂରକ୍ଷିତ କରାଯାଇଥିବା ବେଳେ ଲକ୍ଷେରୁ ଅଧିକ ସ୍ପେଶିମେନ୍ କପି ମଧ୍ୟ ରଖାଯାଇଛି।

Comments are closed.