Odisha Link
Bridging the Missing Links in Odisha

କାନ୍ଥ ପଡି ଜଣେ ମୃତ, ଦୁଇ ଗୁରୁତର

କାଶୀପୁର: ପ୍ରବଳ ବର୍ଷା ଯୋଗୁଁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଣସଗୁଡା ଉପର ସାହିରେ ଘର କାନ୍ଥ ଭାଙ୍ଗି ପଡି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନିୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ପଣସଗୁଡା ଗ୍ରାମର ସମ୍ବୁରୁ ମାଝୀ, ତାଙ୍କ ପତ୍ନି ବୁନ୍ଦିରି ମାଝୀ ଏବଂ ତାଙ୍କ ପୁଅ ନିରଞ୍ଜନ ମାଝୀ ଘରେ ଶୋଇଥିବା ସମୟରେ ଲଗାଣ ୫ ଦିନ ବର୍ଷାରେ ଓଦା ହୋଇ ରହିଥିବା ଘର କାନ୍ଥଗୁଡିକ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିଲା।
ଘର ଭୁଶୁଡ଼ି ପଡିବାରୁ ସମ୍ବୁରୁ ମାଝୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମା ଓ ପୁଅ ଘର ଭିତରେ ଭଙ୍ଗା କାନ୍ଥତଳେ ଚାପି ହୋଇ ଯାଇଥିଲେ। ପଡୋଶୀ ଶବ୍ଦ ଶୁଣି ଆହତମାନଙ୍କୁ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇ ଘଟଣା ସ୍ଥଳକୁ କାଶୀପୁର ତହସିଲଦାର ସୌଭାଗ୍ୟ ବେହେରା, କାଶୀପୁର ଆଇଆଇସି ଦୁର୍ଗାମାଧବ ପ୍ରଧାନଙ୍କ ସମେତ କାଶୀପୁର ଆରଆଇ ଏବଂ ଅଗ୍ନିଶମ ବିଭାଗି ପହଞ୍ଚି ମୃତ ବ୍ୟକ୍ତିର ଶବ ଉଦ୍ଧାର କରିଥିଲେ।

Comments are closed.