Odisha Link
Bridging the Missing Links in Odisha

ଓଲଟିବା ପରେ ଜଳିଗଲା ଟ୍ରକ୍

ଉଦଳା : ରାସ୍ତା ପାର୍ଶ୍ବରେ ହୁତୁହୁତୁ ହୋଇ ଜଳିଯାଇଛି ଟ୍ରକ୍। ଏଭଳି ଘଟଣା ଦେଖିବାକୁ ମିଳିଛି ଖୁଣ୍ଟା ଥାନା କେନାଲ ଛକ ନିକଟରେ।
ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ବାରିପଦାରୁ ଖୁଣ୍ଟା ଅଭିମୁଖେ ଆସୁଥିଲା ଏକ ପାଉଁଶ ବୋଝେଇ ଟ୍ରକ୍। ଖୁଣ୍ଟା ଥାନା କେନାଲ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ବକୁ ଟ୍ରକ୍ ଟି ଓଲଟି ପଡିଥିଲା। ଏହାପରେ ହଠାତ୍ ଟ୍ରକରେ ନିଅଁ। ଲାଗିଯାଇଥିଲା। ଫଳରେ ଟ୍ରକ୍ ଟି ହୁତୁହୁତୁ ହୋଇ ଜଳିଥିଲା। ଟ୍ରକଟି ଜଳୁଥିବାର ଦେଖି ସ୍ଥାନୀୟ ଲୋକେ ଖୁଂଟା ଅଗ୍ନିଶମ ବିଭାଗକୁ ଖବର ଦେବାପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛନ୍ତି।
ଅନ୍ୟପଟେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି। ଟ୍ରକର ଡ୍ରାଇଭର ଏବଂ ଖଲାସି ସୁରକ୍ଷିତ ଥିବା ଜଣାଯାଇଛି। ତବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।

Comments are closed.