Odisha Link
Bridging the Missing Links in Odisha

ଆଇନରେ ପରିଣତ ହେଲା ତିନି ତଲାକ୍ ବିଲ୍‌, ସମ୍ମତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଇନରେ ପରିଣତ ହେଲା ତିତି ତଲାକ୍‌ ବିଲ୍। ବୁଧବାର ବିଳମ୍ବିତ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁସଲିମ ମହିଳାଙ୍କୁ ଏକକାଳୀନ ତଲାକ ଦିଆଯିବାକୁ ଅପରାଧ ଦର୍ଶାଇଥିବା ଐତିହାସିକ ବିଲକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଏହି ବିଲରେ ଦସ୍ତଖତ କରିବା ସହିତ ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲ ଏବେ ଆଇନରେ ପରିଣତ ହୋଇଛ। ଏହି ଆଇନ ୨୦୧୮ ସେପ୍ଟେମ୍ବର ୧୯ରୁ ପିଛଲା ଭାବେ ଲାଗୁ ହେବ। ଏହା ପୂର୍ବରୁ ମଙ୍ଗଳବାର ରାଜ୍ୟସଭା ମୁସଲିମ ମହିଳା (ବିବାହ ଅଧିକାର ସଂରକ୍ଷଣ) ବିଲକୁ ନିଜର ସ୍ୱୀକୃତି ଦେଇଥିଲେ।

ରାଜ୍ୟସଭାରେ ମୁସଲିମ ମହିଳା ବିଲ ପକ୍ଷରେ ୯୯ ଭୋଟ ପଡ଼ିଥିବା ବେଳେ ଏହାର ବିରୋଧରେ ୮୪ ଭୋଟ ପଡ଼ିଥିଲା। ବହୁଜନ ସମାଜ ପାର୍ଟି, ପିଡିପି, ତେଲେଙ୍ଗାନା ରାଷ୍ଟ୍ର ସମିତି, ଜନତା ଦଳ ୟୁନାଇଟେଡ, ଏଆଇଡିଏମକେ ଓ ତେଲୁଗୁ ଦେଶମ ପାର୍ଟିଭଳି କିଛି ଦଳ ଭୋଟିଂରେ ଅଂଶଗ୍ରହଣ ନ କରିବାରୁ ସରକାରଙ୍କୁ ଏହି ବିଲ ଗୃହିତ କରିବାରେ ସହଜ ହୋଇଥିଲା। ଅନ୍ୟପକ୍ଷରେ ବିଲ ମଂଜୁରୀ ହେବାର ଅନ୍ୟତମ କାରଣ ହେଲା ବିରୋଧୀଙ୍କ ରଣନୀତି ଦୁର୍ବଳ ଥିଲା। ଏହି ବିଲକୁ ବିରୋଧ କରୁଥିବା କଂଗ୍ରେସ କିଛି ଗୁରୁତ୍ୱପୂର୍ଣ୍ଣ ଦଳ ସହିତ ନିଜର ସଂପର୍କ ଜାରି ରଖିବାରେ ବିଫଳ ହୋଇଥିଲା।

ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ଏହି ଆଇନ ଏବେ ତିନି ତଲାକକୁ ନେଇ ଫେବୃୟାରୀକୁ ଜାରି କରାଯାଇଥିବା ଆଧ୍ୟାଦେଶର ସ୍ଥାନିତ ହେବ। ଏହା ପୂର୍ବରୁ ବିଲକୁ ଚୟନ କମିଟିଙ୍କ ନିକଟକୁ ପଠାଇବା ପ୍ରସ୍ତାବ ୧୦୦ ତୁଳନାରେ ୮୪ ଭୋଟରେ ସୀମିତ ରହିଯାଇଥିଲା। ଏହି ବିଲକୁ ମଞ୍ଜୁରୀ ମିଳିବା ସହିତ ସରକାର ପ୍ରମାଣିତ କରିଦେଲେ ଯେ, ଏହାର ସ୍ଥିତି ରାଜ୍ୟସଭାରେ ମଧ୍ୟ ମଜବୁତ ଥିଲା।

Comments are closed.