Odisha Link
Bridging the Missing Links in Odisha

୨୮ ହଜାର ଯବାନ ଜମ୍ମୁ କଶ୍ମୀରରେ ନିୟୋଜିତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ୨୮ ହଜାର ଅତିରିକ୍ତ ଯବାନ ନିୟୋଜିତ କରିଛନ୍ତି କେନ୍ଦ୍ର ସରକାର। ଏହି ଯବାନମାନେ ସହରର ଥିବା ଅତି ସମ୍ୱେଦନଶୀଳ ସ୍ଥାନ ଓ ଘାଟି ମାନଙ୍କରେ ନିୟୋଜିତ ହୋଇଛନ୍ତି ବୋଲି ସରକାରୀ ଅଧିକାରୀଙ୍କ ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ଏହି ଯବାନ ମାନେ କଶ୍ମୀରରେ ପହଞ୍ଚିବା ପରେ ଅଧିକ ଯବାନ ନିୟୋଜିତ ହେଉଥିବା ଖବର ପ୍ରକାଶ ପାଇଥିଲା। ନିୟୋଜିତ ହୋଇଥିବା ୨୮ ହଜାର ଯବାନଙ୍କ ମଧ୍ୟରୁ ଅଧିକାଂଶ ଯବାନ ସିଆରପିଏଫ୍ ବାଟାଲିୟନର ବୋଲି ସୂଚନା ରହିଛି।

ତେବେ ହଠାତ୍ କାହିଁକି ଏତେ ସଂଖ୍ୟାରେ ଯବାନ ମାନଙ୍କୁ ନିୟୋଜିତ କରାଯାଇଛି ସେ ନେଇ ସଠିକ୍ ସୂଚନା ମିଳି ପାରି ନାହିଁ। ସହରର ପ୍ରବେଶ ଏବଂ ବାହାରିବା ରାସ୍ତାରେ ସିଆରପିଏଫ ଯବାନ ମାନଙ୍କୁ ନିୟୋଜିତ କରାଯାଇଛି। ସ୍ଥାନୀୟ ପୁଲିସ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି।ଅନ୍ୟପଟେ ରାଜ୍ୟର ଥିବା କିଛି ଛୋଟମୋଟ ଧର୍ମସ୍ଥଳୀରେ ସୁରକ୍ଷା ବଢ଼ାଇ ଦିଆଯାଇଛି। କାରଣ ବିଦେଶୀ ଗୁଇନ୍ଦା ସୂତ୍ର ଅନୁସାରେ ସେହିସବୁ ସ୍ଥାନରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ପୁଲିସ କର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରୁଛନ୍ତି। ସେହିପରି ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପୂର୍ବରୁ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ଯୋଗୁ ଶିକ୍ଷା ଅନୁଷ୍ଠାନମାନ ବନ୍ଦ ରହିଛି।

୫ ଦିନ ପୂର୍ବରୁ ଜମ୍ମୁ କଶ୍ମୀରରେ ୧୦ ହଜାର ଯବାନ ନିୟୋଜିତ କରାଯାଇଥିଲା। ସପ୍ତାହକ ମଧ୍ୟରେ ପୁଣି ଏତେ ସଂଖ୍ୟକ ଯବାନ କଶ୍ମୀରରେ ନିୟୋଜିତ ହେବାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବଦଳିପାରେ ବୋଲି ଆଶା କରି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ଜଣାପଡ଼ିଛି।

Comments are closed.