Odisha Link
Bridging the Missing Links in Odisha

ରାଜଧାନୀରେ ସିରିଏଲ ଆଟାକ୍ ପରେ ଆକ୍ସନ ମୋଡରେ ପୁଲିସ

ଭୁବନେଶ୍ବର : ଗତ ଦୁଇ ଦିନ ଧରି ସାରା ରାତି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଛି ଚେକିଂ ଓ ବ୍ଲକିଂ। ସହର ଭିତରକୁ ଆସୁଥିବା କିମ୍ବା ସହରରୁ ଯାଉଥିବା ସମସ୍ତ ଗାଡି ଉପରେ ପୁଲିସ ରଖିଛି କଡା ନଜର। ରାଜଧାନୀରେ ଲୁଟେରାଙ୍କ ସିରିଜ୍ ଆତଙ୍କରାଜ୍ ପରେ ଏବେ ତତ୍ପର ହୋଇଉଠିଛି ପୁଲିସ।
କହିବାକୁ ଗଲେ ଗତ ୩ ମାସରେ ପ୍ରାୟ ୩ ଶହ ଅପରାଧ ରାଜଧାନୀରେ ଘଟି ସାରିଲାଣି। ଦୁଇ ଦିନ ତଳେ ଗୋଟିଏ ରାତିରେ ତିନି ତିନିଟି ସ୍ଥାନରେ ଲୁଟ୍ ଏବଂ ସହର ମଝିରେ ବ୍ୟବସାୟୀଙ୍କୁ ଆକ୍ରମଣ, ରାଜଧାନୀ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ବଡଗଡ, ଏୟାରପୋର୍ଟ, ରସୁଲଗଡ, ପରି ବିଭିନ୍ନ ସ୍ଥାନରେ ସାରା ରାତି ବ୍ଲକିଂ ଓ ଚେକିଂ କରିଛି କମିଶନରେଟ୍ ପୁଲିସ। ସିରିଜ୍ ଅପରାଧ, ଲୁଟ୍ ପାଟ ଚଳାଉଥିବା ଅପରାଧୀଙ୍କୁ ଧରିବାକୁ ଏବେ ସବୁ ବଳ ଖଟେଇ ଦେଇଛି କମିଶନରେଟ୍ ପୁଲିସ ।

Comments are closed.