Odisha Link
Bridging the Missing Links in Odisha

ଉତ୍ତର ପ୍ରଦେଶରେ ମିଳିବ ଅଧା ଗ୍ଲାସ୍‌ ପାଣି, ଜାଣନ୍ତୁ କାହିଁକି

ଉତ୍ତର ପ୍ରଦେଶ: ଏଣିକି ଉତ୍ତର ପ୍ରଦେଶରେ ମିଳିବ ଅଧା ଗ୍ଲାସ୍‌ ପାଣି। ପୂର୍ବରୁ ଉତ୍ତର ପ୍ରଦେଶ ବିଧାନସଭାରେ ବିଧାୟକଙ୍କୁ ଅଧା ଗ୍ଲାସ ପାଣି ଦିଆଯିବାର ନିର୍ଦେଶ ଦିଆଯାଇଥିଲା। ଏ​‌ବେ ହୋଟେଲ ଗୁଡିକରେ ମଧ୍ୟ ଅଧା ଗ୍ଲାସ ପାଣି ମିଳିବ ବୋଲି ପ୍ରକାଶ ପାଇଛି। ପାଣିର ସଞ୍ଚୟ ପାଇଁ ହୋଟେଲ ଆସୋସିଏସନ୍ ଏଭଳି ନିଷ୍ପତ୍ତି ନେଇଛି। ଯାହା ଫଳରେ ହୋଟେଲରେ ଏହାକୁ ଲାଗୁ କରିଦିଆଯାଇଛି। ହୋଟେଲ ଆଣ୍ଡ ରେସ୍ତୋଁରା ଆସୋସିଏସନ୍ ଅଫ ନଦର୍ନ ଇଣ୍ଡିଆର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଜୟସଓ୍ବାଲ ଶୁକ୍ରବାର କହିଛନ୍ତି ଯେ, ରେସ୍ତୋଁରା ଓ ହୋଟେଲରେ ପାଣି ସଞ୍ଚୟ କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଛି। ତେଣୁ କୌଣସି ଅତିଥିଙ୍କୁ ଅଧା ଗ୍ଲାସ ପାଣି ଦେଖାର ଫର୍ମୁଲା ମଧ୍ୟ ଗ୍ରହଣ କରାଯାଇଛି।

ପ୍ରଥମ ଥର ଅତିଥିଙ୍କୁ ଅଧା ଗ୍ଲାସ ପାଣି ଦିଆଯିବ। ପୁଣିଥରେ ମାଗିବା ପରେ ଦ୍ବିତୀୟ ଥର ଦିଆଯିବ। ଏହି ନିଷ୍ପତ୍ତି ନେବାର କାରଣ ଏହା ଯେ ବହୁ ଲୋକଙ୍କୁ ପୁରା ଗ୍ଲାସ ପାଣି ଦେଲେ ସେମାନେ ଅଧା ଗ୍ଲାସ ପାଣି ପିଇ ବାକି ଛାଡି ଦିଅନ୍ତି। ଫଳରେ ଏହି ପାଣି ନଷ୍ଟ ହୋଇଥାଏ। ଏବେ ଏହି ନିଷ୍ପତ୍ତି ପରେ ପାଣିର ସଞ୍ଚୟ କିନ୍ତୁ ଖୁବ୍ ଭଲ ଭାବରେ ହୋଇପାରିବ। କେବଳ ପାଣି ନୁହେଁ ବିଜୁଳି ବଞ୍ଚାଇବା ପାଇଁ ମଧ୍ୟ ଚେଷ୍ଟା ଚାଲିଛି।

Comments are closed.