Odisha Link
Bridging the Missing Links in Odisha

ଏଣିକି ସ୍କୁଲ ବ୍ୟାଗ୍ ଓଜନ ପରଖିବ ସ୍ପେଶାଲ ସ୍କ୍ବାଡ୍

ଭୁବନେଶ୍ବର : ଚଳିତ ଶିକ୍ଷା ବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରାଯାଇଛି । ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ଲାଗି ଜିଲ୍ଲାସ୍ତରରେ ସ୍କ୍ବାଡ୍ ଗଠନ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଏହାର ଅଧ୍ୟକ୍ଷ ରହିବେ । ବ୍ଲକ ଶିକ୍ଷା ଅଧିକାରୀ, ଡିସିପିଓ, ଥାନା ଅଧିକାରୀ, ସ୍ବେଚ୍ଛାସେବୀ ସଙ୍ଗଠନ ଓ ଜିଲ୍ଲାପାଳଙ୍କ ଦ୍ବାରା ଚୟନ ହୋଇଥିବା ଅଧିକାରୀମାନେ ଏହି ସ୍କ୍ବାଡ୍ ର ସଦସ୍ୟ ରହିବେ। ଏହି ସ୍କ୍ବାଡ୍ ବିଭିନ୍ନ ସମୟରେ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକୁ ଗସ୍ତ କରି ଛାତ୍ରଛାତ୍ରୀଙ୍କ ସ୍କୁଲ ବ୍ୟାଗ୍ ର ଯାଞ୍ଚ କରିବେ। ସିବିଏସଇ ଓ ଆଇସିଏସଇ ଅଧୀନରେ ଥିବା ବିଦ୍ୟାଳୟଗୁଡ଼ିକୁ ବି ଅଚାନକ ଚଢ଼ଉ କରିପାରିବେ।
ସ୍କୁଲ ବ୍ୟାଗ୍ ଓଜନ ନିୟମ ପାଳନ କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲା । ତେବେ ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିୟମକୁ ପାଳନ କରୁ ନାହାନ୍ତି। ତେଣୁ ଏବେ ପୁଣିଥରେ କଡ଼ା ଭାଷାରେ ପ୍ରାଥମିକ ଓ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ନିକଟକୁ ଚିଠି ଲେଖିଛି ଶିକ୍ଷା ବିଭାଗ। ସେପ୍ଟେମ୍ବର ୩୦ ସୁଦ୍ଧା ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

Comments are closed.