Odisha Link
Bridging the Missing Links in Odisha

ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ

ଝାରସୁଗୁଡା : ଝାରସୁଗୁଡ଼ା ବନ୍ଦ ଡାକରା ଦେଇଛି ଜୟ ଭୀମା ଘାସି ସମାଜ। ମଙ୍ଗଳ ବଜାରରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଓ ୨୪ ଘଣ୍ଟିଆ ସେବା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।
ବନ୍ଦ ଯୋଗୁଁ ଆଜି ସକାଳୁ ଝାରସୁଗୁଡା ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା ବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଆଜି ସକାଳୁ ବନ୍ଦ ସମର୍ଥକମାନେ ସହରରର ବସଷ୍ଟାଣ୍ଡ, ଷ୍ଟେସନ ଛକ, ଝଣ୍ଡାଛକ, ସରବାହଲ ସମେତ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି। ଗତ ଶନିବାର ଦିନ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ଼ାକ୍ତର ଅବହେଳା ଯୋଗୁଁ ଗୋଟିଏ ୯ ମାସର ଶିଶୁର ମୃତ୍ୟୁ ପରେ ଘାସି ସମାଜ ଆନ୍ଦୋଳନ ମୁହାଁ ହୋଇଛି। ଏହି ପ୍ରସଙ୍ଗରେ ଜରୁରୀ ବୈଠକ ଡକାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଆଜି ଅପରାହ୍ନ ସାଢେ ୩ଟାରେ ସଚିବାଳୟରେ ବୈଠକ ହେବ ।

Comments are closed.