Odisha Link
Bridging the Missing Links in Odisha

ଘୁଞ୍ଚିଲା ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର : ଓଡ଼ିଶା-ଛିତଶଗଡ଼ ମହାନଦୀ ଜଳ ବିବାଦ ମାମଲାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି । ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । ଅଣମୌସୁମୀ ବେଳେ ଜଳ ଛାଡ଼ିବା ନେଇ ଆବେଦନର ଶୁଣାଣି ଶେଷ ହୋଇଛି । ତେବେ ଛତିଶଗଡ଼ର କାଉଣ୍ଟର ଆବେଦନ ଶୁଣାଣିକୁ ସେପ୍ଟେମ୍ବର ୨୮କୁ ଘଞ୍ଚାଇ ଦିଆଯାଇଛି । ଓଡ଼ିଶା ଆବେଦନକୁ ବିରୋଧ କରି ଛତିଶଗଡ଼ ଅପିଲ କରିଥିଲା । କ୍ଷେତ୍ର ପରିଦର୍ଶନ କରାଯାଇପାରିନଥିବା ଉଭୟ ପକ୍ଷ କୋର୍ଟକୁ ଜଣାଇଛନ୍ତି । ବର୍ଷା ଯୋଗୁ କ୍ଷେତ୍ର ପରିଦର୍ଶନ କରାଯାଇପାରିନଥିବା ଉଭୟ ପକ୍ଷ କୋର୍ଟକୁ ଜଣାଇଛନ୍ତି ।

Comments are closed.