Odisha Link
Bridging the Missing Links in Odisha

ତାଳଚେର ଏନ୍‌ଟିପିସିରେ ବିଦ୍ୟୁତ ଉତ୍ପାଦନ କମୁଛି

ଅନୁଗୁଳ : କୋଇଲା ନଥିବାରୁ ତାପଜ ବିଦ୍ୟୁତ କେନ୍ଦ୍ରର ୬ଟିରୁ ୪ଟି ୟୁନିଟ ବନ୍ଦ ହେବା ସହ ବିଦ୍ୟୁତ ଉତ୍ପାଦନ କମିବାରେ ଲାଗିଛି । ପ୍ଲାଣ୍ଟର ସମସ୍ତ ୟୁନିଟ କାର୍ଯ୍ୟକ୍ଷମ କରିବାକୁ ଦୈନିକ ୫୦ ହଜାର ଟନ୍ କୋଇଲା ଆବଶ୍ୟକ ଥିବାବେଳେ ଷ୍ଟକୟାର୍ଡରେ ମାତ୍ର ୪ ହଜାର ମେଟ୍ରିକ ଟନ୍ କୋଇଲା ରହିଛି।
ତେବେ ବିଭିନ୍ନ ସ୍ଥାନରୁ ୧୫ ହଜାର ମେଟ୍ରିକ ଟନ୍ କୋଇଲା ଆଣି କାମ ଚଳାଯାଉଛି। ଫଳରେ କୋଇଲା ସଙ୍କଟକୁ ନଜରରେ ରଖି ୪ଟି ୟୁନିଟକୁ ବନ୍ଦ କରାଯାଇଛି। ଜୁଲାଇ ୨୩ରେ ଭରତପୁର କୋଇଲା ଖଣିରେ ଦୁର୍ଘଟଣା ଘଟିଥିଲା। ଏଥିରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ପରିବାରକୁ ୩ କୋଟି ଟଙ୍କାର କ୍ଷତିପୂରଣ, ଜଣଙ୍କୁ ଚାକିରୀ ଦାବିରେ ବିଭିନ୍ନ ଖଣି ଆଗରେ ୩୧ ତାରିଖରୁ ଶ୍ରମିକମାନେ ଆନ୍ଦୋଳନ କରି ଆସୁଛନ୍ତି। ଫଳରେ ଏମ୍‌ସିଏଲ୍ ଖଣିଗୁଡ଼ିକରେ କୋଇଲା ଉତ୍ତୋଳନ ଓ ଉତ୍ପାଦନ ବନ୍ଦ ରହିଛି।

Comments are closed.