ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା

କଳାହାଣ୍ଡି : କଳାହାଣ୍ଡିରେ ଲଗାଣ ବର୍ଷାରେ ଲାଞ୍ଜିଗଡ ବ୍ଲକର କିଛି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲାଞ୍ଜିଗଡ-ଆମ୍ବାଦୋଳା ରାସ୍ତା ଉପରେ ତିନି ଫୁଟର ପାଣି ପ୍ରବାହିତ ହେଉଛି। ଚମ୍ପାଇଦେଇପୁର ପଚାଂୟତ ଚନ୍ଦନପୁରରେ ପାଣି ପଶିଯାଇଛି। ଫଳରେ ବୁନ୍ଦେଲ, କଂସାରୀ, ବନ୍ଧଗୁଡ଼ା, କପାଗୁଡା, ରେଗୋଂପାଲି ଗାଁକୁ ଯାତାୟତ ବାଧାପ୍ରାପ୍ତ ।
ସେପଟେ କାଶୀପୁର ପେଟଫୁଲା ନଦୀରେ ଭାସି ଯାଇ ଜଣେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଥୁଆମୁଳ ରାମପୁର ଥାନା କାଠକୁରା ଗାଁର ସେନ ମାଝୀ। ଗତକାଲି ରାୟଗଡା ଯାଇ ଥୁଆମୁଳ ରାମପୁର ଫେରୁଥିବା ବେଳେ ପାଣି ସୁଅରେ ଭାସି ଯାଇଥିବା ଆଶଙ୍କା କରାଯାଉଛି। ନଦୀ କଡରୁ ତାଙ୍କ ବାଇକ୍ ଠାବ କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।