Odisha Link
Bridging the Missing Links in Odisha

ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ ଡିଜିପି

ଭୁବନେଶ୍ବର: ରାଜ୍ୟ ପୁଲିସ୍ ବିଭାଗର ନୂଆ ମୁଖିଆ ଦାୟିତ୍ୱକୁ ନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି। ବିଜୟ କୁମାର ଶର୍ମାଙ୍କୁ ଇନଚାର୍ଜ ଡିଜିପି ଭାବେ ନିଯୁକ୍ତି ଦିଆଯାଇଛି। ନୂଆ ଲୋକାୟୁକ୍ତ ସଦସ୍ୟ ଭାବେ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ନିଯୁକ୍ତି ପାଇବା ପରେ ତାଙ୍କ ପଦବୀରେ ଭାରପ୍ରାପ୍ତ ଅଧିକାରୀ ଭାବରେ ବିଜୟ କୁମାର ଶର୍ମା ଦାୟିତ୍ୱ ନେଇଛନ୍ତି। ବର୍ତ୍ତମାନ ବିଜୟ କୁମାର ଶର୍ମା ଅଗ୍ନିଶମ ବିଭାଗର ଡିଜି ଅଛନ୍ତି। ବିଜୟ କୁମାର ଶର୍ମା ୧୯୮୬ ବ୍ୟାଚର ଜଣେ ବରିଷ୍ଠ ଆଇପିଏସ ଅଫିସର। ବର୍ତ୍ତମାନ ସେ ଭାରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି।

ନିକଟରେ ଲୋକାୟୁକ୍ତ ସଦସ୍ୟ ଭାବେ ଆର.ପି ଶର୍ମାଙ୍କ ନାଁକୁ ଚୟନ କମିଟି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲଙ୍କୁ ସୁପାରିସ କରିଥିଲେ। ଗତକାଲି ଏହି ସୁପାରିସକୁ ରାଜ୍ୟପାଳ ଅନୁମୋଦନ ଦେବା ପରେ ଆର.ପି ଶର୍ମାଙ୍କୁ ଲୋକାୟୁକ୍ତ ଦାୟିତ୍ୱ ଦିଆଯାଇଛି। ଏହାପରେ ଆର.ପି ଶର୍ମା ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି।

Comments are closed.