Odisha Link
Bridging the Missing Links in Odisha

ଅନ୍ତିମ ଯାତ୍ରାରେ ସୁଷମା

ନୂଆଦିଲ୍ଲୀ: ଶେଷ ଯାତ୍ରାରେ ସୁଷମା। ଆଉ ଅଳ୍ପ ସମୟ ପରେ ସୁଷମା ସ୍ୱରାଜଙ୍କ ଅନ୍ତିମ ସଂସ୍କାର ହେବ। ଏଥିପାଇଁ ଦିଲ୍ଲୀସ୍ଥିତ ବିଜେପିର ନୂଆ ମୁଖ୍ୟାଳୟଠାରୁ ସୁଷମାଙ୍କ ପାର୍ଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିଛି। ମଥାରେ ନାଲି ବିନ୍ଦି, ନାଲି ଶାଢୀ, ତ୍ରିରଙ୍ଗାରେ ଢାଙ୍କି ହୋଇ ଅନ୍ତିମ ଯାତ୍ରାରେ ଯାଉଛନ୍ତି ସୁଷମା ସ୍ୱରାଜ । ଲୋଧି ରୋଡ ଶ୍ମସାନରେ ସୁଷମା ଶେଷକୃତ୍ୟ କରାଯିବ।

ଦିନ ପ୍ରାୟ ୧୧ଟାରୁ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ପାର୍ଥିବ ଶରୀରର ରଖାଯାଇଥିଲା। ଶହଶହ ବିଜେପି କର୍ମୀ ଓ ନେତା ସେଠାରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ତେବେ ବିଜେପି ମୁଖ୍ୟାଳୟରୁ ସୁଷମାଙ୍କ ପାର୍ଥିବ ଶରୀରକୁ ଗାଡ଼ିକୁ ନିଆଯିବା ସମୟରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ କାନ୍ଧରେ ସୁଷମାଙ୍କ ପାର୍ଥିବ ଶରୀରକୁ ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ। ଏହି ସମୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ପୀୟୂଷ ଗୋଏଲ ମଧ୍ୟ ସୁଷମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଲଗାଇଥିଲେ।

Comments are closed.